ଓଡିଶା

odisha

ETV Bharat / state

ଆନ୍ଧ୍ର ଆକ୍ରାନ୍ତଙ୍କ ସହ ଗଜପତି ଲିଙ୍କ, ଜିଲ୍ଲାରେ ହାଇଆର୍ଲଟ - Gajapati Link

ପଡୋଶୀ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ପୁରୁଣାପାଟଣା ମଣ୍ଡଳରେ 3ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଗଜପତି ଜିଲ୍ଲା ପ୍ରଶାସନ ଅଧିକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରିଛି । ଅଧିକ ପଢନ୍ତୁ....

High aleart at boarder
High aleart at boarder

By

Published : Apr 26, 2020, 3:35 PM IST

ଗଜପତି: ପଡୋଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ପୁରୁଣାପାଟଣା ମଣ୍ଡଳରେ 3ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଗଜପତି ଜିଲ୍ଲା ପ୍ରଶାସନ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି । ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରାଯାଇଥିବାବେଳେ ସେଥିରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ କାଶୀନଗର ଅଂଚଳର 6ଟି ପରିବାରର 30ଜଣ ବ୍ୟକ୍ତିଙ୍କ ନାମ ରହିଛି ।

ଆନ୍ଧ୍ର ଆକ୍ରାନ୍ତଙ୍କ ସହ ଗଜପତି ଲିଙ୍କ, ଜିଲ୍ଲାରେ ହାଇଆର୍ଲଟ

ଏହା ଜଣାପଡିବା ପରେ ଗଜପତି ଜିଲ୍ଲା ପ୍ରଶାସନ ସଂପୃକ୍ତ ବ୍ୟକ୍ତି ଏବଂ ତାଙ୍କ ପରିବାରକୁ ଠାବ କରିବା ସହ ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି । ରିପୋର୍ଟ ଆସିବା ପରେ ସେମାନେ କରୋନା ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହେବ ।

ତେବେ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ଲୋକେ ରହୁଥିବା ଅଂଚଳକୁ ପ୍ରଶାସନ ପକ୍ଷରୁ ବିଶୋଧନ ମଧ୍ୟ କରାଯାଇଛି । ତେବେ ଗତ 2ଦିନ ହେଲାଣି ଉଭୟ ରାଜ୍ୟ ସୀମାକୁ ପ୍ରଶାସନ ପକ୍ଷରୁ ସିଲ କରାଯିବା ସହ ବିଭିନ୍ନ ଗଳାବାଟକୁ ଖୋଲି ଦିଆଯାଇ ବନ୍ଦ କରିଦିଆଯାଇଛି । ସୀମାରେ ହାଇ ଆର୍ଲଟ ଜାରି କରାଯାଇ ଲୋକଙ୍କ ଯାତାୟତକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details