ଓଡିଶା

odisha

ETV Bharat / state

ଅଜିଜ୍ ଏବଂ ନାଭ୍ୟାଜ୍ୟୋତିଙ୍କ ଗୀତର ତାଳେତାଳେ ଝୁମିଲେ ଗଜପତିବାସୀ

ଗଜପତି ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ତାରିକ ଅଜିଜ୍ ଏବଂ ନାଭ୍ୟାଜ୍ୟୋତିଙ୍କ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ । ଅଧିକ ପଢନ୍ତୁ

ଗଜପତି ଉତ୍ସବ-2022’ ଏବଂ ପଲ୍ଲୀଶ୍ରୀ ମେଳାର ଦ୍ବିତୀୟ ସନ୍ଧ୍ୟା
ଗଜପତି ଉତ୍ସବ-2022’ ଏବଂ ପଲ୍ଲୀଶ୍ରୀ ମେଳାର ଦ୍ବିତୀୟ ସନ୍ଧ୍ୟା

By

Published : Jan 20, 2023, 8:29 PM IST

ଗଜପତି ଉତ୍ସବ-2022’ ଏବଂ ପଲ୍ଲୀଶ୍ରୀ ମେଳାର ଦ୍ବିତୀୟ ସନ୍ଧ୍ୟା

ଗଜପତି:‘ଗଜପତି ଉତ୍ସବ-2022’ ଏବଂ ପଲ୍ଲୀଶ୍ରୀ ମେଳାର ଦ୍ବିତୀୟ ସନ୍ଧ୍ୟା । ପାରମ୍ପରିକ ନାଚ ଦେଖିବା ପାଇଁ ବିଭିନ୍ନ ଜିଲ୍ଲାରୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଲୁପ୍ତ ପ୍ରାୟ ଲୋକକଳା ଓ ଲୋକନୃତ୍ୟକୁ ପ୍ରାଧାନ୍ୟ ଦିଆଯାଇ ଏହାକୁ ପରିବେଷଣ କରାଯାଇଥିଲା । ଏହାସହ ଏହି ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ତାରିକ ଅଜିଜ୍ ଏବଂ ନାଭ୍ୟାଜ୍ୟୋତିଙ୍କ ଗୀତର ତାଳେତାଳେ ଝୁମିଥିଲେ ଦର୍ଶକ ।

ରାଜ୍ୟ ଏବଂ ରାଜ୍ୟ ବାହାରୁ କଣ୍ଠଶିଳ୍ପୀ ଏବଂ ବିଭିନ୍ନ କଳାକାର ଏହି ମଞ୍ଚରେ ନିଜ କଳାର ପ୍ରଦର୍ଶନ କରିଥିଲେ । ଗୁଜରାଟରୁ ଆସିଥିବା କଳାକାରଙ୍କ ଗରର୍ବା , ହରିୟାଣାର ଫଗ୍ ଲୋକନୃତ୍ୟ, ମଧ୍ୟପ୍ରଦେଶ ନୋର୍ତ ଦେଖିବା ପାଇଁ ବିଭିନ୍ନ ଜିଲ୍ଲାରୁ ଦର୍ଶକଙ୍କ ଭିଡ଼ । ଏହାସବ ସମ୍ବଲପୁରୀ ନୃତ୍ୟ ଏବଂ ସ୍ଥାନୀୟ କଳାକାରଙ୍କ ଲୋକନୃତ୍ୟ ଶୀତୁଆ ରାତିରେ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରିଦେଇଥିଲା । ଫଳରେ ଅନେକ ରାତି ଯାଏଁ ବିଭିନ୍ନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଦର୍ଶକ ।

ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ସନ୍ଧ୍ୟାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ଏସପି ସ୍ବାତୀ ଏସ.କୁମାର, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା କୁନ୍ତଳା ମଲ୍ଲିକ ଏବଂ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଧନେଶ୍ବର ଭୂୟାଁ ପ୍ରମୁଖ ଯୋଗଦେଇଥିଲେ ।

ଜିଲ୍ଲାରେ ଅନେକ ପ୍ରତିଭା ରହିଛନ୍ତି । କିନ୍ତୁ ଉପଯୁକ୍ତ ସୁଯୋଗ ଅଭାବରୁ ବଣ ମଲ୍ଲୀ ବଣରେ ଫୁଟି ମଉଳିଯାଉଛି । ତେବେ ଗଜପତି ଉତ୍ସବ ସେମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏକ ମାଧ୍ୟମ ବୋଲି କହିବା ସହ ପ୍ରତ୍ୟେକ ଲୋକେ ଏହାର ସଦୁପଯୋଗ କରିବା ପାଇଁ ଆହ୍ବାନ ଜଣାଇଥିଲେ ପ୍ରଦୀପ ମାଝୀ । ସେ କହିଥିଲେ, "ଏ ମଞ୍ଚ ହେଉଛି କଳାର ମଞ୍ଚ । ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏଠାରେ ଲୋକଙ୍କ ମନୋରଞ୍ଜନ ପାଇଁ କୌଣସି ମାଧ୍ୟମ ନାହିଁ । ସେହିଭଳି ଜିଲ୍ଲାରେ ଅନେକ ପ୍ରତିଭା ରହିଛନ୍ତି । ତେବେ ଗଜପତି ଉତ୍ସବ ସେମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଏକ ମାଧ୍ୟମ ହୋଇଥିବାରୁ କଳାକାରମାନେ ଏହାର ସଦୁପଯୋଗ କରିବା ଆବଶ୍ୟକ । ସେହିଭଳି ଆଦିବାସୀଙ୍କ କଳା ଓ ସଂସ୍କୃତି ହେଉଛି ସର୍ବପୁରାତନ । ଏହା ସମାଜକୁ ଶୃଙ୍ଖଳିତ କରିବାରେ ସହାୟକ ହୋଇଛି । ତେଣୁ ତାହାକୁ କିଭଳି ବଜାଇ ରଖିହେବ ସେନେଇ ପ୍ରତ୍ୟେକ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।"

ଇଟିଭି ଭାରତ,ଗଜପତି

ABOUT THE AUTHOR

...view details