ଓଡିଶା

odisha

ETV Bharat / state

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରୀ ପ୍ରତିବାଦରେ ଗଜପତି କଂଗ୍ରେସର ବିକ୍ଷୋଭ

ଉତ୍ତପ୍ରଦେଶରେ ଚାଷୀ ଆନ୍ଦୋଳନବେଳେ ହୋଇଥିବା ହିଂସାକାଣ୍ଡ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରୀ ପ୍ରତିବାଦରେ ଗଜପତି କଂଗ୍ରେସର ଆନ୍ଦୋଳନ । କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଦଳ । ଅଧିକ ପଢନ୍ତୁ...

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରି ପ୍ରତିବାଦରେ ଗଜପତି କଂଗ୍ରେସର ବିକ୍ଷୋଭ
ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରି ପ୍ରତିବାଦରେ ଗଜପତି କଂଗ୍ରେସର ବିକ୍ଷୋଭ

By

Published : Oct 6, 2021, 4:56 PM IST

ଗଜପତି: ଉତ୍ତପ୍ରଦେଶରେ ଚାଷୀ ଆନ୍ଦୋଳନବେଳେ ହୋଇଥିବା ହିଂସାକାଣ୍ଡରେ 8 ଜଣଙ୍କ ମୃତ୍ୟୁ ହେବା ଓ ଘଟଣାରେ ପୀଡିତ ପରିବାରଙ୍କୁ ଭେଟିବା ପାଇଁ ଗଲାବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଥିଲା । ଏହାର ପ୍ରତିବାଦରେ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ତୁରନ୍ତ ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରି ପ୍ରତିବାଦରେ ଗଜପତି କଂଗ୍ରେସର ବିକ୍ଷୋଭ

ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ବରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରୁ କଂଗ୍ରେସ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ପ୍ରିୟଙ୍କା ଗାନ୍ଧୀଙ୍କୁ ମୁକ୍ତ କରିବା ସହ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ସଂପୃକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ କଂଗ୍ରେସ ସେଲ ସଦସ୍ୟ ରଶ୍ମିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ସଞ୍ଜୟ ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ ବାଳକୃଷ୍ଣ ମଲ୍ଲିକଙ୍କ ସମେତ ଶତାଧିକ ଦଲୀୟ ନେତା ଓ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ଗଜପତିରୁ ହରିହର ପଟ୍ଟନାୟକ , ଇଟିଭି ଭାରତ

ABOUT THE AUTHOR

...view details