ଓଡିଶା

odisha

By

Published : Jan 27, 2022, 10:32 PM IST

ETV Bharat / state

ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ । ଗଜପତି ଜିଲ୍ଲା କାଶୀନଗରେ ବ୍ଲକର ସିଏଚ ଲକ୍ଷ୍ମୀପୁର ଗ୍ରାମରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ବନ୍ଦ କଲା ପ୍ରଶାସନ । ଅଧିକ ପଢନ୍ତୁ

gajapati district adminstration suspended a child marriage
ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

ଗଜପତି: ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ । ଗଜପତି ଜିଲ୍ଲା କାଶୀନଗରରେ ବ୍ଲକର ସିଏଚ ଲକ୍ଷ୍ମୀପୁର ଗ୍ରାମରେ ହେବାକୁ ଥିବା ଏକ ବାଲ୍ୟବିବାହକୁ ବନ୍ଦ କଲା ପ୍ରଶାସନ । ବାଲ୍ୟ ବିବାହ ସମ୍ପର୍କରେ ଖବର ପାଇ କାଶୀନଗର ବାଲ୍ୟବିବାହ ନିଷେଧ ଅଧିକାରିଣୀ କନକ ଲତା ପୂଜାରୀ ପହଞ୍ଚି ବନ୍ଦ କରିଥିଲେ ।

ଏହାପରେ ବିବାହ ହେବାକୁ ଥିବା ଝିଅର ଜନ୍ମ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା । ନାବାଳିକାର ଅଭିଭାବକଙ୍କୁ ବାଲ୍ୟ ବିବାହର କୁପ୍ରଭାବ ଉପରେ ବିଷଦ ଭାବରେ ବୁଝାଯାଇଥିଲା । ଗ୍ରାମବାସୀଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅଟିକୁ 18 ବର୍ଷ ପୂରଣ ନହେବା ଯାଏଁ ବିବାହ କରିବେ ନାହିଁ ବୋଲି କହିଛନ୍ତି ।

ତେବେ ଯଦି, ଏଥିରେ ତ୍ରୁଟି କରିବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି ନାବାଳିକାର ପରିବାର ଲୋକେ । ଝିଅର ଆବଶ୍ୟକତା ହିସାବରେ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details