ଓଡିଶା

odisha

ETV Bharat / state

ଗଜପତି ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକ - ଜିଲ୍ଲା ସଭାପତି ପ୍ରଦୀପ ନାୟକ

ନିକଟରେ ନିର୍ବାଚନ ନାହିଁ ତଥାପି ବିଜେଡି ଶକ୍ତି ସଂଗ୍ରହରେ ଲାଗିଛି । ଗଜପତି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ବହୁ ବିଜେପି ନେତା ବିଜେଡି ଦଳରେ ସାମିଲ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Sep 24, 2019, 11:25 PM IST

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳୀୟ ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇଥିଲେ । ଆଗାମୀ ଦିନରେ କିପରି ଜିଲ୍ଲାରେ ଦଳକୁ ଆହୁରୀ ସୁଦୃଢ କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଏହି ଅବସରରେ କଂଗ୍ରେସଓ ବିଜେପିର ଶତାଧିକ ନେତା ସେମାନଙ୍କ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିବା ବେଳେ ବିଜେଡି ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ବିଜେଡିରେ ସାମିଲ ହୋଇଥିବା ପ୍ରମୁଖ ନେତାଙ୍କ ମଧ୍ୟରେ ଅଛନ୍ତି ଗୁମ୍ମା ବ୍ଲକ ଅଧ୍ୟକ୍ଷକଙ୍କ ସମେତ 8ଜଣ ସମିତି ସଭ୍ୟ ଏବଂ କାଶୀନଗର ଓ ଗୁମ୍ମା ବ୍ଲକର ବହୁ ସରପଞ୍ଚ ।

ଏହି ନେତାମାନଙ୍କର ବିଜେଡିରେ ଯୋଗଦାନ ଆଗାମୀ ଦିନରେ ଦଳ ପାଇଁ ସହାୟକ ହେବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ଏବଂ ସାଂସଦ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details