ଓଡିଶା

odisha

ETV Bharat / state

ପ୍ରଥମ ଥର ଗଜପତିରେ କୋରୋନା ରିପୋର୍ଟ ଶୂନ - ଗଜପତି କୋରୋନା ଖବର

ଗଜପତିବାସୀଙ୍କ ପାଇଁ ଖୁସି ଖବର । ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାରୁ ଗୋଟିଏବି କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇନାହିଁ । ଅଧିକ ପଢନ୍ତୁ...

ଗଜପତିରେ ପ୍ରଥମକରି କୋରୋନା ରିପୋର୍ଟ ଶୂନ
ଗଜପତିରେ ପ୍ରଥମକରି କୋରୋନା ରିପୋର୍ଟ ଶୂନ

By

Published : Nov 20, 2020, 10:45 PM IST

ଗଜପତି: ଜିଲ୍ଲାବାସୀଙ୍କ ପାଇଁ ଖୁସି ଓ ଆଶ୍ବସ୍ଥିକର ଖବର । କାରଣ ଗଜପତିରେ ପ୍ରଥମ କରି କୋରୋନାରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇନାହାନ୍ତି । ଏନେଇ ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ଆଜି(ଶୁକ୍ରବାର) ସମୁଦାୟ 852ଟି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଏଥିମଧ୍ୟରୁ ଗୋଟିଏ ବି ପଡିଟିଭ୍ କେସ୍ ଚିହ୍ନଟ ହୋଇନାହିଁ ।

ଗଜପତିରେ ପ୍ରଥମକରି କୋରୋନା ରିପୋର୍ଟ ଶୂନ

ତେବେ ଆଗକୁ ଶୀତଦିନ ଆସୁଥିବାରୁ ଦ୍ଵିତୀୟ ପର୍ଯ୍ଯାୟ କୋରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେଣୁ କୌଣସି ପ୍ରକାର ଅବହେଳା କରିବା ଉଚିତ୍ ନୁହେଁ । ସରକାରଙ୍କ ଗାଇଡ୍ ଲାଇନ ଅନୁସାରେ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

ଗଜପତିରୁ ହରିଅର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details