ଗଜପତି:କୋରୋନା ସମୟରେ ଅନାଥ ବା ଏକକ ଅଭିଭାବକ ହୋଇଯାଇଥିବା ପିଲାଙ୍କୁ ସହାୟତା ଯୋଗାଇବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଜିଲ୍ଲା ପ୍ରଶାସନ ଏଭଳି ପିଲାଙ୍କୁ ଖୋଜି ଠାବ କରିବା ସହ ସେମାନଙ୍କ ନିକଟରେ ପହଞ୍ଚି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାର ପ୍ରତିଶୃତି ଦେଇଛି । ଜିଲ୍ଲାପାଳ ଅନାଥମାନେ ରହୁଥିବା ସଂପର୍କୀୟଙ୍କ ଘରକୁ ଯାଇ ପିଲାଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ପଦେକ୍ଷପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ମହାମାରୀ ପ୍ରଭାବ ଯୋଗୁଁ ଅନେକ ପରିବାର ଛାରଖାର ହୋଇଯାଇଛି । ଏହାର ପ୍ରକୋପରେ ଅନେକ ପିଲା ଅନାଥ ହୋଇଯାଇଥିବା ବେଳେ କେତେକ ଏକକ ଅଭିଭାବକରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ଅନାଥ ହୋଇଯାଇଥିବା ପିଲାମାନେ ସେମାନଙ୍କ କୌଣସି ଏକ ସଂପର୍କୀୟଙ୍କ ଘରେ ରହୁଛନ୍ତି । ତେବେ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଆଶୀର୍ବାଦ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ଅନାଥ କିମ୍ବା ଏକକ ଅଭିଭାବକ ଥିବା ପିଲାଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା କରାଯିବ ।