ଓଡିଶା

odisha

ETV Bharat / state

ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ - ଗଜପତି ଖବର

ଭାରତ ଫାଇନାନ୍ସ କମ୍ପାନୀର କର୍ମଚାରୀ ସୂର୍ଯ୍ୟକାନ୍ତ ସେନାପତି ଏବଂ ତାଙ୍କର ସହଯୋଗୀ ମନୋଜ କୁମାର ମିଶ୍ର ଫାଇନାନ୍ସ କମ୍ପାନୀ ଟଙ୍କା କଲେକ୍ସନ ସାରି ପାରଳାଖେମୁଣ୍ଡି ଫେରୁଥିବା ବେଳେ ଅସୁରଘାଟି ନିକଟରେ 3ଜଣ ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରି ଟଙ୍କା ଛଡାଇ ନେଇଥିଲେ । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଆଉ 2 ନାବାଳକ ଅଭିଯୁକ୍ତକୁ ଧରିଛି ପୋଲିସ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି

By

Published : Sep 19, 2019, 3:47 PM IST

ଗଜପତି: ଗତ 17 ତାରିଖରେ ସେରଙ୍ଗ ଥାନା ଅନ୍ତର୍ଗତ ନୂଆଗଡ ଗାଁ ନିକଟସ୍ଥ ଅସୁର ଘାଟିରେ ହୋଇଥିବା ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । 2ଜଣ ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କ ଠାରୁ 1ଲକ୍ଷ 93ହଜାର 909 ଟଙ୍କା ଛଡାଇ ନେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିଦ୍ଧାନ୍ତ କୁମାର ମିଶାଲଙ୍କ ସମେତ ତାର ଅନ୍ୟ 2ଜଣ ନାବାଳକ ସାଥୀକୁ ଧରିବାରେ ସକ୍ଷମ ହୋଇଛି ସେରଙ୍ଗ ଥାନା ପୋଲିସ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ଏହି 3ଜଣ ଅଭିଯୁକ୍ତ ନୂଆଗଡ ଖ୍ରୀଷ୍ଟିଆନ ସାହିର । ଏନେଇ ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାରା ଶର୍ମା ଏହି ସୂଚନା ଦେଇଛନ୍ତି । ଭାରତ ଫାଇନାନ୍ସ କମ୍ପାନୀର କର୍ମଚାରୀ ସୂର୍ଯ୍ୟକାନ୍ତ ସେନାପତି ଏବଂ ତାଙ୍କର ସହଯୋଗୀ ମନୋଜ କୁମାର ମିଶ୍ର ଫାଇନାନ୍ସ କମ୍ପାନୀ ଟଙ୍କା କଲେକ୍ସନ ସାରି ପାରଳାଖେମୁଣ୍ଡି ଫେରୁଥିବା ବେଳେ ଅସୁରଘାଟି ନିକଟରେ ଏହି 3ଜଣ ଦୁର୍ବୃତ୍ତ ସେମାନଙ୍କ ଉପରେ ଆକ୍ରମଣ କରି ଟଙ୍କା ଛଡାଇ ନେଇଥିଲେ ।

ଏନେଇ ସେମାନେ ଖଜୁରିପଦା ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏମାନଙ୍କୁ ଗିରଫ କରିବା ସହ ସମସ୍ତ ଲୁଟ ଟଙ୍କା ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କ ଠାରୁ ଆକ୍ରମଣରେ ବ୍ୟବହାର କରାଯାଇଥିବା ଠେଙ୍ଗା ଏବଂ ମୋବାଇଲ ଆଦି ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସପି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details