ଗଜପତି:ଜିଲ୍ଲାରଭିନ୍ନ ଏକ ପରମ୍ପରା ହେଉଛି ପାରଳାଖେମୁଣ୍ଡିର ଗଜମୁହାଁ । ପ୍ରତିବର୍ଷ ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାରରେ ଏହା ପାଳିତ ହେଉଥିବାବେଳେ ଶେଷ ମଙ୍ଗଳବାର ଖୁବ୍ ଆକର୍ଷଣୀୟ ହୋଇଥାଏ । କଟିକିଆ ସାହିର ଗଜମୁହାଁର ରହିଛି ବିଶେଷ ସ୍ବତନ୍ତ୍ରତା । ଏହି ସମୟରେ ଏହି ପର୍ବରେ ସାମିଲ ହେବାପାଇଁ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସମସ୍ତେ ଘରମୁହାଁ ହୋଇଥାନ୍ତି । ମହାମାରୀରୁ ରକ୍ଷା ପାଇବା ପାଇଁ ଠାକୁରାଣୀଙ୍କ ନିକଟରେ ଗଜମୁହାଁ ଭୋଗ କରିବା ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି । ଆଜି ବି ଗଜପତି ଜିଲ୍ଲାବାସିନ୍ଦା ଆଜି ବି ଲୋକେ ଏହାକୁ ପାଳନ କରିଆସୁଛନ୍ତି ।
ଲିଆ, ଗୁଡ଼ରେ ପ୍ରସ୍ତୁତ ଗଜମୁହାଁକୁ ବିଭିନ୍ନ ପ୍ରକାରରେ ସଜ୍ଜିତ କରି ମଙ୍ଗଳବାର ସନ୍ଧ୍ୟାରେ ସାହିର ଯୁବକମାନେ ଏହାକୁ ପୂଜା କରିବା ସହ ମୁଣ୍ଡରେ ଧରି ସହର ପରିକ୍ରମା କରିଥାନ୍ତି । ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲାଗି ପରେ ଏହାକୁ ସମସ୍ତେ ପାଇଥାନ୍ତି । ମୁହାଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ସ୍ବତନ୍ତ୍ରତା ରହିଛି । ଏହି ପରମ୍ପରାକୁ ପାଳନ କରିବା ପାଇଁ କଟିକିଆ ସାହିର ଯିଏ ଯେଉଁଠି ଥାନ୍ତୁ ନା କାହିଁକି ସମସ୍ତେ ଘର ମୁହାଁ ହୋଇଥାନ୍ତି ।