ଗଜପତି: ଜିଲ୍ଲାର ପାରଳାଖେମୁଣ୍ଡିରେ 6 କିଲୋ ଲିଟର କ୍ଷମତା ବିଶିଷ୍ଟ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ଲାଣ୍ଟ କାର୍ଯ୍ୟକାରୀ ହେବା ପରେ ଗଜପତି ଜିଲ୍ଲାବାସୀ ଉପକୃତ ହେବେ ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି ।
କୋରୋନା ମହାମାରୀ ଏବଂ ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଗଜପତି ଜିଲ୍ଲାରେ ସ୍ଵାସ୍ଥ୍ୟର ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ ୨ ଶହ କୋଟି ଟଙ୍କା ଆସିଛି । ଏହାକୁ ବିଭିନ୍ନ ନିର୍ମାଣରେ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି । ଅକ୍ସିଜେନ ଅଭାବରୁ ଅନେକ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଏଣୁ ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରୁଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଏଭଳି ପ୍ଲାଣ୍ଟ ନିର୍ମାଣ କରାଯାଇ ଅକ୍ସିଜେନ ଅଭାବକୁ ଦୂର କରିବା ପାଇଁ ପ୍ରୟାସ କରାଯାଉଛି ।