ଗଜପତି:ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ନଥିବାରୁ ସରକାରୀ ଯୋଜନାରେ ପଞ୍ଚାୟତକୁ ପ୍ରଦାନ କରାଯାଇଥିବା ପାଣ୍ଠି ବାତିଲ କରିବାକୁ ଚିଠି ଲେଖିଛନ୍ତି ପୂର୍ବତନ ସରପଞ୍ଚ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ପୁତାର ପଞ୍ଚାୟତରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ଏକ ସାଂସ୍କୃତିକ ଗୃହ ନିର୍ମ।ଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଟଙ୍କା ମଞ୍ଜୁର ହୋଇଥିବାବେଳେ ଏଠାକାର ପୂର୍ବତନ ଏହାକୁ ବିରୋଧ କରିଛନ୍ତି। ସେହି ଗାଁର ଲୋକେ ବିଜେଡିକୁ ଭୋଟ ଦେଇନଥିବାରୁ ଏହି ଟଙ୍କା ଅନ୍ୟତ୍ର ଖର୍ଚ୍ଚ କରିବାକୁ ଦାବି କରି ଏକ ପତ୍ର ଲେଖିଛନ୍ତି ପୂର୍ବତନ ସରପଞ୍ଚ ଗଙ୍ଗାଧର ଭୂୟାଁ। ଯାହାକୁ ନେଇ ରାଜନୈତିକ ବାତାବରଣ ଉଷ୍ମ ହୋଇଛି ।
2017 ମସିହାରେ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ହୋଇଥିବା ଗଙ୍ଗାଧର ଭୂୟାଁ ଅମ୍ବିକାଙ୍କ କଟ୍ଟର ବିରୋଧୀ ଭାବେ ଜଣାଶୁଣା ଅମ୍ବିକା। ତେବେ ଏହା ଏକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ହୋଇଥିବାରୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏହି ପଞ୍ଚାୟତର ବୁରୁସିଂ ଠାରେ ଏକ ସାଂସ୍କୃତିକ ଗୃହ ନିର୍ମାଣ ପାଇଁ 5ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ହେଲେ ଏହି ଗାଁ ବର୍ତ୍ତମାନ ସରପଞ୍ଚ ଅମ୍ବିକା ନାୟକଙ୍କ ଗାଁ ହୋଇଥିବାରୁ ପୂର୍ବତନ ସରପଞ୍ଚ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରି ସେହି ଟଙ୍କାରେ ଅନ୍ୟତ୍ର ଅନ୍ୟ କୌଣସି ପ୍ରକଳ୍ପ ନିର୍ମାଣ କରିବାକୁ ଦାବି କରି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷାଙ୍କ ନିକଟକୁ ପତ୍ର ଲେଖିଛନ୍ତି।
ରାୟଗଡ ବ୍ଲକରେ ଥିବା ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବର୍ତ୍ତମାନ ସରପଞ୍ଚ ରହିଛନ୍ତି ଅମ୍ବିକା ନାୟକ। ତେବେ ବୁରୁସିଂ ଠାରେ ଏକ ସାଂସ୍କୃତିକ ଗୃହ ନିର୍ମାଣ ପାଇଁ 5ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ହେଲେ ଏହା ସରପଞ୍ଚ ଅମ୍ବିକା ନାୟକଙ୍କ ଗାଁ ହୋଇଥିବାରୁ ପୂର୍ବତନ ସରପଞ୍ଚ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରି ଅନ୍ୟତ୍ର ନିର୍ମାଣ କରିବାକୁ ଦାବି କରିଛନ୍ତି। ଏନେଇ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷାଙ୍କ ନିକଟକୁ ସେ ପତ୍ର ଲେଖିଛନ୍ତି । ଏହି ଗାଁର ଲୋକେ ବିଜେଡିକୁ କେବେ ହେଲେ ଭୋଟ ଦେଉନଥିବାବେଳେ ବିଜେଡି କର୍ମୀଙ୍କୁ ଧମକଚମକ ଦେଇଥାନ୍ତି। ତେଣୁ ଏହି ଗାଁକୁ ଦିଆଯାଇଥିବା ପ୍ରକଳ୍ପକୁ ବାତିଲ କରାଯାଇ ଏହି ପଞ୍ଚାୟତର ଅନ୍ୟ କୌଣସି ଗାଁକୁ ପ୍ରଦାନ କରିବାକୁ ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଏଭଳି ପତ୍ର ଲେଖିବା କଥାକୁ ପୂର୍ବତନ ସରପଞ୍ଚ ସ୍ବୀକାର ମଧ୍ୟ କରିଛନ୍ତି।