ଓଡିଶା

odisha

ETV Bharat / state

ଗଜପତିର ସୀମାନ୍ତ ଅଞ୍ଚଳରେ ଅର୍ଣ୍ଣାମେଣ୍ଟାଲ୍ ମାଛ ଚାଷ ଆରମ୍ଭ, ବଦଳିବ ସୀମାନ୍ତ ଅଞ୍ଚଳର ଚିତ୍ର - ଗଜପତିରେ ପ୍ରଶାସନର ଉନ୍ନୟନମୂଳକ କାର୍ଯ୍ୟକ୍ରମ

ପଡୋଶୀ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟିରୁ ଓଡିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡିକୁ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପଦକ୍ଷେପ । ଫଳରେ ବଦଳୁଛି ସୀମାନ୍ତ ଅଞ୍ଚଳର ଚିତ୍ର । ଗଜପତିର ସୀମାନ୍ତ ଅଞ୍ଚଳବାସୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ଜିଲ୍ଲାରେ ପ୍ରଥମ ଥର ପାଇଁ ଅର୍ଣ୍ଣାମେଣ୍ଟାଲ୍ ମାଛ ଚାଷ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ସୀମାନ୍ତବାସୀଙ୍କ ଉପରେ ପଡିଲା ପ୍ରଶାସନର ଦୃଷ୍ଟି, ପ୍ରଥମ କରି ଗଜପତିରେ ଅର୍ଣ୍ଣାମେଣ୍ଟାଲ୍ ମାଛ ଚାଷ ଆରମ୍ଭ
ସୀମାନ୍ତବାସୀଙ୍କ ଉପରେ ପଡିଲା ପ୍ରଶାସନର ଦୃଷ୍ଟି, ପ୍ରଥମ କରି ଗଜପତିରେ ଅର୍ଣ୍ଣାମେଣ୍ଟାଲ୍ ମାଛ ଚାଷ ଆରମ୍ଭ

By

Published : Aug 5, 2022, 7:35 PM IST

ଗଜପତି: ବଦଳୁଛି ସୀମାନ୍ତ ଅଞ୍ଚଳର ଚିତ୍ର । ସୀମାନ୍ତ ଅଞ୍ଚଳବାସୀଙ୍କ ଉପରେ ପ୍ରଶାସନର ଶୁଭ ଦୃଷ୍ଟି ପଡୁନଥିବାରୁ ଆନ୍ଧ୍ର ସରକାର ଏହିସବୁ ଅଞ୍ଚଳ ଉପରେ ଲୋଲୁପ ଦୃଷ୍ଟି ପକାଇ ଆସୁଥିବା ଅଭିଯୋଗ ହେଉଥିଲା । ହେଲେ ଏବେ କିନ୍ତୁ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ପ୍ରଶାସନ ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତରେ ପହଞ୍ଚି ସେଠାକାର ଲୋକଙ୍କ ଦୁଃଖ ସୁଖ ବୁଝିବା ସହ ସେମାନଙ୍କ ପାଇଁ ରୋଜଗାରର ବ୍ୟବସ୍ଥା କରିଛି ।

ସୀମାନ୍ତବାସୀଙ୍କ ଉପରେ ପଡିଲା ପ୍ରଶାସନର ଦୃଷ୍ଟି, ପ୍ରଥମ କରି ଗଜପତିରେ ଅର୍ଣ୍ଣାମେଣ୍ଟାଲ୍ ମାଛ ଚାଷ ଆରମ୍ଭ

ଜିଲ୍ଲାରେ ପ୍ରଥମ ଥର ପାଇଁ ଅର୍ଣ୍ଣାମେଣ୍ଟାଲ୍ ମାଛ ଚାଷ ଆରମ୍ଭ କରାଯାଇଛି । ଏଠାକାର ଲୋକେ କିଭଳି ରୋଜଗାରକ୍ଷମ ହେବେ ଏବଂ ପଡୋଶୀ ଆନ୍ଧ୍ର ପ୍ରଦେଶ ଦ୍ବାରା ପ୍ରଲୋଭିତ ହେବେ ନାହିଁ ତାହାକୁ ଦୃଷ୍ଟି ରଖି ସ୍ଥାନୀୟ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ଅଣ୍ଟା ଭିଡିଛି ଗଜପତି ଜିଲ୍ଲା ପ୍ରଶାସନ । ଏଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇ ଥିବାବେଳେ ଆଗକୁ ଆହୁରି ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି । ଆନ୍ଧ୍ର ସୀମାରେ ଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଗାଁକୁ ନିଜ ଅଧିନକୁ ନେବା ପାଇଁ ଦୀର୍ଘ ବର୍ଷ ହେବ ଆନ୍ଧ୍ର ସରକାର ପ୍ରୟାସ ଚଲାଇଛନ୍ତି । ଏପରିକି ଏଠାକର ଲୋକଙ୍କୁ ରାସନ୍ କାର୍ଡ ଠାରୁ ଆରମ୍ଭ କରି ଭୋଟର ପରିଚୟ ପତ୍ର ଯାଏଁ ସବୁ କିଛି ଯୋଗାଇ ସେମାନଙ୍କୁ ପ୍ରଲୋଭିତ କରିବାକୁ ପ୍ରୟାସ କରୁଛି ଆନ୍ଧ୍ର ପ୍ରଶାସନ ।

ବୁଧବାର ଏହି ପ୍ରକଳ୍ପ ଉଦଘାଟନ ପାଇଁ ଯାଇଥିବା ଅବସରରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି ଯେ, 'ଏହି ପଞ୍ଚାୟତ ଉପରେ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ରଖିଛି । ପଞ୍ଚାୟତକୁ ବର୍ତ୍ତମାନ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି । ସେପଟେ ସ୍ଥାନୀୟ ଜନ ପ୍ରତିନିଧୀଙ୍କ ବିରୋଧ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଏଥିରେ ଆନ୍ଧ୍ର ସଫଳ ହୋଇପାରିନାହିଁ । ଏହି ଅଞ୍ଚଳର ଲୋକେ କିଭଳି ରୋଜଗାରକ୍ଷମ ହେବେ ଏବଂ ଆନ୍ଧ୍ର ଦ୍ବାରା ପ୍ରଲୋଭିତ ହେବେ ନାହିଁ ସେଥିପ୍ରତି ଧ୍ୟାନ ଦେଇଛି ଗଜପତି ଜିଲ୍ଲା ପ୍ରଶାସନ । ଗଜପତି ଜିଲ୍ଲାପାଳ କହିଛନ୍ତି, "ଏଠାକାର ମହିଳା ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଓଡିଶା ଜୀବିକା ମିଶନ ପକ୍ଷରୁ ମହମବତୀ ତିଆରି, କୁକୁଡା ଚାଷ ଭଳି ଲାଭଜନକ ବ୍ୟବସାୟ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ବାଦ୍ ବର୍ତ୍ତମାନ ଅର୍ଣ୍ଣାମେଣ୍ଟାଲ୍ ମାଛ ଚାଷ ପ୍ରକଳ୍ପ ମଧ୍ୟ ଯୋଗାଇ ଦେଇଛି ପ୍ରଶାସନ । ଜିଲ୍ଲାରେ ପ୍ରଥମ ଥର ପାଇଁ 3ଲକ୍ଷ ଟଙ୍କା ବ୍ୟୟରେ ଅର୍ଣ୍ଣାମେଣ୍ଟାଲ୍ ମାଛ ଚାଷ ପ୍ରକଳ୍ପ ଆରମ୍ଭ କରାଯାଇଛି ।" ଲୋକେ ରଙ୍ଗୀନ ମାଛ ଚାଷ ସହିତ ଆବଶ୍ୟକ ସ୍ଥଳେ ଆକ୍ବାରିୟମ ମଧ୍ୟ ତିଆରି କରିପାରିବେ । ବଜାରରେ ଏହି ରଙ୍ଗୀନ ମାଛର ଚାହିଦା ରହିଥିବାରୁ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏହାକୁ ବିକ୍ରି କରି ବେଶ ଲାଭବାନ୍ବୀତ ହୋଇପାରିବେ । ତେବେ ଏହା ଯଦି ସଫଳ ହୁଏ ତାହେଲେ ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ଅର୍ଣ୍ଣାମେଣ୍ଟାଲ୍ ମାଛ ଚାଷ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଓଡିଶା ଜୀବିକା ମିଶନ ମାଧ୍ୟମରେ ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଗଙ୍ଗାବାଡ ପଞ୍ଚାୟତର ସରପଞ୍ଚ ହରିବନ୍ଧୁ କାର୍ଯୀ ଏହାକୁ ସ୍ବାଗତ କରିଛନ୍ତି । ସରପଞ୍ଚ ହରିବନ୍ଧୁ କହିଛନ୍ତି, "ଏହାଦ୍ବାରା ଲୋକେ ଆନ୍ଧ୍ର ଦ୍ବାରା ଆଉ ପ୍ରଲୋଭିତ ହେବେ ନାହିଁ । ଏହି ଅଞ୍ଚଳକୁ ସୁରକ୍ଷା ଦେବା ଏବଂ ଏହାର ବିକାଶ ପାଇଁ ଦୀର୍ଘ ଦିନ ଧରି ଯେଉଁ ଉଦ୍ୟମ ହୋଇ ଆସୁଥିଲା ତାହା ଏବେ ସଫଳ ହେବାକୁ ଯାଉଛି" ।

ସେହିଭଳି ସ୍ଥାନୀୟ ସ୍ବୟଂ ସହାୟିକା ମହିଳାମାନେ ମଧ୍ୟ ଖୁସି ପ୍ରକାଶ କରିବା ସହ ମାସକୁ ଦୁଇ ପଇସା ରୋଜଗାର ହୋଇପାରିବ ବୋଲି କହିଛନ୍ତି । ପ୍ରଶାସନ ସେମାନଙ୍କ ସହ ରହିଥିବା ସ୍ପଷ୍ଟ ହୋଇଛି ବୋଲି ଲୋକେ କହିଛନ୍ତି । ତେବେ ଏଭଳି ଲାଭଜନକ ପ୍ରକଳ୍ପର ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଲୋକ ପ୍ରତିନିଧୀ ସାମିଲ ହୋଇ ବ୍ୟବସାୟକୁ ଆଗେଇ ନେବାକୁ ଆହ୍ବାନ କରିଛନ୍ତି ।

ଇଟିଭି ଭାରତ, ଗଜପତି

For All Latest Updates

ABOUT THE AUTHOR

...view details