ଓଡିଶା

odisha

ETV Bharat / state

ଓଡିଶା ବାଲିରେ ଆନ୍ଧ୍ରର ଆଖି, ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା - ବାଲି ଚାଲାଣ

ବଂଶଧାରା ନଦୀର ବାଲି ଉପରେ ଆନ୍ଧ୍ର ବାଲି ମାଫିଆଙ୍କ ନଜର । ପ୍ରତିଦିନ ଏଠାରୁ ଶହ ଶହ ଟ୍ରକ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Aug 16, 2019, 8:21 PM IST

ଗଜପତି: ପ୍ରଥମେ ଜାଗା ଏବେ ଓଡିଶାର ବାଲି ଉପରେ ଆନ୍ଧ୍ର ବିଲଡରଙ୍କ ନଜର । ଦିନକୁ ଦିନ ବଂଶଧାରା ନଦୀର ବାଲିକୁ ଲୁଟିବାରେ ଲାଗିଛନ୍ତି ଆନ୍ଧ୍ରର ବାଲି ମାଫିଆ । କାଶିନଗର ଅଞ୍ଚଳ ଏବେ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି । ପ୍ରତିଦିନ ଏହି ନଦୀରୁ ଶହ ଶହ ଟ୍ରକ ବାଲି ଉଠାଇ ଆନ୍ଧ୍ରକୁ ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ ଏହାକୁ ରୋକ୍ ଲଗାଇବାରେ ବିଫଳ ନେଇ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ବି ପ୍ରଶାସନ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ କରି ବିଫଳ ହେବା ପରେ ଶୁକ୍ରବାର ସ୍ଥାନୀୟ ଲୋକେ 5ଟି ବାଲି ବୋଝେଇ ଟ୍ରକକୁ ଜବତ କରି ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ତେବେ ଟ୍ରକ ଗୁଡିକର କାଗଜ ପତ୍ର ଯାଞ୍ଚ ବେଳେ କାଗଜପତ୍ରକୁ ଅପବ୍ୟବହାର କରାଯାଇ ଆନ୍ଧ୍ରକୁ ଚାଲାଣ ହେଉଛି ତାହାର ଲେଖାଜୁଖା ପ୍ରମାଣ ଲାଗିଛି ପ୍ରଶାସନ ହାତରେ ।

ବାଲି ବୋଝେଇ ଟ୍ରକରୁ ମିଳିଥିବା କାଗଜପତ୍ରରେ ପ୍ରସ୍ଥାନ ଏବଂ ଗ୍ରହଣ ସ୍ଥାନ ହାଡିଭାଙ୍ଗୁ ଓ ବିଶାଖାପାଟଣା ରହିଛି । ଯଦି କାଗଜ ପତ୍ରରେ ଟ୍ରକ ଗୁଡିକର ଗ୍ରହଣ ଓ ପ୍ରସ୍ଥାନ ସ୍ଥାନ ବିଶାଖାପାଟଣା ଓ ହାଡିଭାଙ୍ଗୁ ରହିଛି ତାହାଲେ ବଂଶଧାରା ନଦୀରୁ ଏହି ଟ୍ରକ ଗୁଡିକ ବାଲି ଉଠାଇଲେ କିପରି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବାଲି ଟ୍ରକ ଗୁଡିକୁ ଜବତ କରାଯାଇଛି ସେମାନଙ୍କ ଠାରୁ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାଶିନଗର ତହସିଲଦାର କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details