ଓଡିଶା

odisha

ETV Bharat / state

ପାରଳା ମହାରାଜାଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ହିତୈଷିଣୀ ସମାଜ ପକ୍ଷରୁ ଥାନାରେ ଏତଲା - ରାଜ ବଂଶାବଳୀ ପୁସ୍ତକ

ପାରଳା ମହାରାଜାଙ୍କ ସଂପର୍କରେ ଅରୁଚିକର ଏବଂ ଭିତ୍ତିହୀନ ମନ୍ତବ୍ୟ ଉଲ୍ଲେଖ କରିବା ଆଦୌ ଗ୍ରହଣୀୟ ନୁହେଁ । ତେଣୁ ଏହି ପୁସ୍ତକର ଲେଖକଙ୍କ ବିରୁଦ୍ଧରେ ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ଥାନାରେ ଏତଲା । ଅଧିକ ପଢନ୍ତୁ...

ପାରଳା ମହାରାଜାଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ହିତୈଷିଣୀ ସମାଜ ପକ୍ଷରୁ ଥାନାରେ ଏତଲା
ପାରଳା ମହାରାଜାଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ହିତୈଷିଣୀ ସମାଜ ପକ୍ଷରୁ ଥାନାରେ ଏତଲା

By

Published : Jul 3, 2021, 7:34 PM IST

ଗଜପତି: ଜୟପୁର ରାଜ ବଂଶାବଳୀ’ ନାମକ ଏକ ପୁସ୍ତକ ବର୍ତ୍ତମାନ ପ୍ରକାଶ ପାଇଛି । ଏହାକୁ ଜୟପୁରର ଦୁଇଜଣ ଲେଖକ ଲେଖିଥିବା ବେଳେ ଏଥିରେ ଉତ୍କଳ ପ୍ରଦେଶ ନିର୍ମାଣର ବିନ୍ଧାଣି ପାରଳା ମହାରାଜାଙ୍କ ସଂପର୍କରେ ଅରୁଚିକର ମତ ଉଲ୍ଲେଖ ରହିଛି । ଯାହା କେବଳ ପାରଳା କିମ୍ବା ଗଜପତି ଜିଲ୍ଲାବାସୀ ନୁହଁନ୍ତି ବରଂ ସାରା ଓଡିଶାର ଲୋକେ ଏହାକୁ ଗ୍ରହଣ କରିନାହାନ୍ତି । ପାରଳା ମହାରାଜାରାଙ୍କ ସଂପର୍କରେ ଅରୁଚିକର ଏବଂ ଭିତ୍ତିହୀନ ମନ୍ତବ୍ୟ ଉଲ୍ଲେଖ କରିବା ଆଦୌ ଗ୍ରହଣୀୟ ନୁହେଁ ।

ପାରଳା ମହାରାଜାଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ହିତୈଷିଣୀ ସମାଜ ପକ୍ଷରୁ ଥାନାରେ ଏତଲା

ତେଣୁ ଏହି ପୁସ୍ତକ ଲୋକଙ୍କ ବିରୁଦ୍ଧରେ ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ଥାନାରେ ଏତଲା ପ୍ରଦାନ କରାଯାଇଛି । ତୁରନ୍ତ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସଂପୃକ୍ତ ପୁସ୍ତକକୁ ପ୍ରଚାର ପ୍ରସାର କିମ୍ବା ବିକ୍ରି ବନ୍ଦ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details