ଓଡିଶା

odisha

By ETV Bharat Odisha Team

Published : Oct 19, 2023, 1:06 PM IST

ETV Bharat / state

ଗଜପତିରେ ବାଘ ଆତଙ୍କ, ଗୁହାଳରୁ ଗାଈକୁ ଘୋଷାଡି ନେଇ ବାଘ ଖାଇଥିବା ଅଭିଯୋଗ

ଗୁହାଳରୁ ଗାଈକୁ ଘୋଷାଡ଼ି ନେଇ ଖାଇଗଲା ବାଘ । ଭୟଭୀତ ସନ୍ତୋଷପୁର ଗ୍ରାମବାସୀ । ଅଧିକ ପଢ଼ନ୍ତୁ

tiger terror in gajapati
tiger terror in gajapati

tiger terror in gajapati

ଗଜପତି: ଜିଲ୍ଲାରେ ବାଘ ଆତଙ୍କ । ଗୁହାଳରୁ ଗାଈକୁ ଘୋଷାଡି ନେଇ ଖାଇଗଲା ବାଘ । ଏଭଳି ଘଟଣା ଘଟିଛି ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁର ସ୍ଥିତ ମହେନ୍ଦ୍ର ବନାଞ୍ଚଳର ସନ୍ତୋଷପୁର ଗ୍ରାମରେ। ନରସିଂହ ନାୟକଙ୍କ ଗାଈକୁ ବାଘ ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାତିରେ ବାହାରକୁ ନ ବାହାରିବା ସହ ଗାଈ ଗୋରୁ ଆଦିକୁ ବାହାରେ ନବାନ୍ଧି ବାକୁ ପରାମର୍ଶ ଦିଆୟାଇଛି।

ବିଳମ୍ବିତ ରାତିରେ ନରସିଂହ ନାୟକଙ୍କ ଗୁହାଳରୁ ଏକ ବାଘ ଗାଈକୁ ଘୋଷାଡି ନେଇ ମାରି ଖାଇଥିବା ଅଭିଯୋଗ ହୋଇଛି । ଗତକାଲି(ବୁଧବାର) ସକାଳ ସମୟରେ ନରସିଂହ ନାୟକ ଗୁହାଳରେ ଗାଈ ନଥିବା ଦେଖି ସେ ଖୋଜାଖୋଜି କରିଥିଲେ । ଶେଷରେ ନିକଟସ୍ଥ ଜଙ୍ଗଲ ମଧ୍ୟରେ ମୃତ ଏବଂ କ୍ଷତାକ୍ତ ଅବସ୍ଥାରେ ଗାଇକୁ ଦେଖିବାକୁ ପାଇଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଗୁହାଳରୁ ଗାଈକୁ ବାଘ ଘୋଷାଡ଼ି ନେଇ ମାରି ଖାଇଥିବା ନରସିଂହ ନାୟକ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Watch: ଗାଁ ପାଖରେ ବୁଲୁଛି କଲରାପତରିଆ ବାଘ, ଛାନିଆ ଲୋକେ

ବର୍ତ୍ତମାନ ଜିଲ୍ଲାରେ ବାଘ ଗଣନା ଚାଲିଥିବା ବେଳେ ଗାଁ ନିକଟରେ ବାଘର ଉପସ୍ଥିତି ଲୋକଙ୍କୁ ଆତଙ୍କିତ କରିଛି । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ବାଘର ପ୍ରଜାତି ଓ ଲୋକେସନ ଟ୍ରାକ୍‌ କରିବା ପାଇଁ ଚେଷ୍ଟା ଜାରି ରଖିଛି ବନ ବିଭାଗ । ତେବେ କଲରା ପତରିଆ କିମ୍ବା ମହାବଳ ବାଘ ଆକ୍ରମଣରେ ଗାଇଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି । ନାରାୟଣପୁର ଓ ଗଣ୍ଡାହାତି ପଞ୍ଚାୟତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ରାତିରେ ବାହାରକୁ ନବାହାରିବାକୁ ଓ ନିଜ ନିଜର ଗାଈ ଗୋରୁ ଆଦିକୁ ବାହାରେ ନବାନ୍ଧି ବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

ଗତ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ସୁବର୍ଣ୍ଣପୁର ଜିଲ୍ଲାର ସିଂହାସନ ଜଙ୍ଗଲ ପାଦଦେଶରେ ଚଡେଇପଙ୍କ ଗାଁ ନିକଟରେ ଗୋଟିଏ କଲରାପତରିଆ ବାଘ ବିଚରଣ କରୁଥିବା ଦେଖିବାକୁ ମିଳିଥିଲା । ବାଘ ବୁଲୁଥିବାର ଦୃଶ୍ୟକୁ ଜଣେ ଚାଷୀ ୫୦୦ ମିଟର ଦୂରରୁ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେ । ବାଘଟି ଧାନ କ୍ଷେତର ହିଡରେ ଚାଲୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ପୁରା ଗାଁରେ ଭୟ ଓ ଆତଙ୍କର ବାତବରଣ ଖେଳିଯାଇଥିଲା ।

ଇଟିଭି ଭାରତ,ଗଜପତି

ABOUT THE AUTHOR

...view details