ଗଜପତି:ମାଡି ଆସୁଛି ସାମୁଦ୍ରିକ ଝଡ ‘ମିଗଜୋମ୍’ । ଭାଙ୍ଗିଦେବ ଚାଷୀଙ୍କ ମେରୁଦଣ୍ଡ । ଏହାର ପ୍ରଭାବରେ ଜିଲ୍ଲାର ଚାଷୀମାନେ ବହୁ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି । ଭାରତୀୟ ପାଣିପାଗ ବିଭାଗଙ୍କ ସ୍ବତନ୍ତ୍ର ସୂଚନା ମୁତାବକ ଗଜପତି ଜିଲ୍ଲାରେ ୪ତାରିଖ ଠାରୁ ୬ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଯଦିଓ ଏହା ଅନ୍ଧ୍ରପ୍ରଦେଶର ନୋଲୋର ଏବଂ ମଛଲିପାଟଣାମ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିଲେ ମଧ୍ୟ ଓଡ଼ିଶାରେ ପ୍ରବଳ ବର୍ଷା ହେବା ବୋଲି ସୂଚନା ମିଳିଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାତ୍ୟାକୁ ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ସୂଚନା ମିଳିଛି । ଅନ୍ୟପଟେ ଚାଷୀମାନେ ନିଜ ନିଜର ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ଚିନ୍ତା ପଡିଛନ୍ତି ।
ଦୀର୍ଘ ଦେଢ ମାସ ହେଲା ଟୋପାଏ ବର୍ଷା ନଥିଲା । ତେଣୁ ଚାଷକୁ ବଞ୍ଚାଇବା ପାଇଁ ଚାଷୀମାନେ ପମ୍ପ ଲଗାଇ ଜମିକୁ ପାଣି ମଡାଇଥିଲେ । ଏବେ ଠିକ ଅମଳ ସମୟରେ ମାଡି ଆସୁଛି ସାମଦ୍ରିକ ଝଡ ‘ମିଗଜୋମ୍’ । ୫ତାରିଖ ସନ୍ଧ୍ୟା ବେଳକୁ ଗଜପତି ଜିଲାରେ ବର୍ଷା ଆରମ୍ଭ ହେବା ସହ ୬ତାରିଖ ଦିନ ପ୍ରବଳ ବର୍ଷା ହେବ ଏବଂ ୭ତାରିଖ ଯାଏଁ ଏହା ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି । ତେଣୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି । ସେମାନେ ନିଜ ଫସଲକୁ ଅମଳ କରିବା ପାଇଁ ଲାଗି ପଡିଛନ୍ତି ।
ଏହା ମଧ୍ୟ ପଢନ୍ତୁ.....'ମିଗ୍ଜୋମ୍' ପ୍ରଭାବ: ଓଡ଼ିଶାରେ ୬ ଯାଏଁ ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ