ପାରଳାଖେମୁଣ୍ଡି: କାହା ସ୍ବାର୍ଥରେ କାମ କରୁଛନ୍ତି ସରକାର ? କାହିଁକି ଥରକୁ ଥର ଚାଷୀକୂଳକୁ ଉପେକ୍ଷା ? ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଚାଷ କାର୍ଯ୍ୟ ପାଇଁ ନିର୍ମାଣ ହେଉଥିବା ନାଳକୁ ନେଇ ଏଭଳି ପ୍ରଶ୍ନ ଉଠିଛି । ସହରର ପାର୍ଶ୍ବରେ ଥିବା ରାମସାଗର ଓ ସୀତାସାଗର କେନାଲ ପୋତି ହୋଇଯାଇଥିବା ବେଳେ ଏହାର ପୁନଃରୁଦ୍ଧାର ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି ଚାଷୀ ।
ମାତ୍ର ଏହି ଦୁଇ କେନାଲର ପୁନଃ ନିର୍ମାଣ କରିବା ପରିବର୍ତ୍ତେ କ୍ଷୁଦ୍ର ଜଳେସେଚନ ବିଭାଗ ନିର୍ମାଣ କରୁଛି ଏକ ଫୁଟ୍ର ଦୁଇଟି ନାଳ । ସେହିପରି ରାମସାଗର କେନାଲ ପରିବର୍ତ୍ତେ ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭାଗ ନିର୍ମାଣ କରୁଛି ଏକ ନାଳ । ସେହିଭଳି ସୀତା ସାଗର କେନାଲରୁ ପାଣି ନେବା ପାଇଁ ୬୦ ଲକ୍ଷ ଟଙ୍କାରେ ନିର୍ମାଣ ହେଉଛି ଆଉ ଏକ ନାଳ । ଏପଟେ ନିମ୍ନମାନର କାମ ସାଙ୍ଗକୁ ନିୟମ ହିସାବରେ କାମ ହେଉନଥିବା ଚାଷୀ ଓ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।