ଓଡିଶା

odisha

By

Published : Mar 13, 2021, 9:39 PM IST

ETV Bharat / state

କୃଷକ ଅଧିକାର ଯାତ୍ରା ଅନୁଷ୍ଠିତ

ପାରଳାଖେମୁଣ୍ଡିରେ କୃଷକ ଅଧିକାର ଯାତ୍ରା ଅନୁଷ୍ଠିତ । ଯୋଗ ଦେଲେ ବିଭିନ୍ନ ଚାଷୀ ସଂଗଠନ । ଅଧିକ ପଢନ୍ତୁ...

farmers' rights march  being held in Paralakhemundi
କୃଷକ ଅଧିକାର ଯାତ୍ରା ଅନୁଷ୍ଠିତ

ଗଜପତି :ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଏକ କୃଷକ ଅଧିକାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଖିଳ ଭାରତୀୟ କୃଷକ ସଭା, ଓଡିଶା କୃଷକ ସଭା,କ୍ଷେତ ମଜଦୁର ସଂଘ ସହ ଅନ୍ୟ କେତେକ ସଂଗଠନ ଯୋଗ ଦେଇଥିଲେ । କୃଷିଜାତ ସାମଗ୍ରୀର ବିପଣନ ଓ କାରବାର ସୁବିଧା ଆଇନ୍ ୨୦୨୦, କୃଷକ ରାଜିନାମା ସଂକ୍ରାନ୍ତୀୟ ମୂଲ୍ୟ ସୁନିଶ୍ଚିତ ଏବଂ କୃଷି ସେବା ଆଇନ ୨୦୨୦, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ୨୦୨୦ ଆଦି ୩ଟି ଆଇନକୁ ରଦ୍ଦ କରିବାକୁ ଦାବି ହୋଇଥିଲା । ଏହାସହ ସ୍ବାମୀନାଥନ କମିଶନଙ୍କ ସୁପାରିଶକୁ ଲାଗୁ କରିବାକୁ ଦାବି କରାଯାଇଥିଲା ।

କୃଷକ ଅଧିକାର ଯାତ୍ରା ଅନୁଷ୍ଠିତ

ଶୁକ୍ରବାର ଠାରୁ ଭୁନେଶ୍ବରରୁ ବାହାରିଥିବା ଏହି ଯାତ୍ରା ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ସ୍ଥାନୀୟ କୃଷକ ସଂଗଠନ ସ୍ବାଗତ କରିଥିଲା । ଏହାସହ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇଥିଲା । ଏହାପରେ ସ୍ଥାନୀୟ ହାଇସ୍କୁଲ ଛକ ଠାରେ ଏକ ସାଧାରଣ ସଭା କରାଯାଇଥିଲା । ଏଥିରେ ପଦଯାତ୍ରାର ଲକ୍ଷ୍ୟ ଏବଂ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା । ଆସନ୍ତା ୨୩ରେ ଏହାର ପ୍ରତିବାଦରେ ଭୁବନେଶ୍ବର ଠାରେ ହେବ ।ଶିଳ୍ପପତିଙ୍କ ସ୍ବାର୍ଥ ପାଇଁ ସବୁବେଳେ ପ୍ରୟାସ କରୁଥିବା କେନ୍ଦ୍ର ସରକାର ୩ଟି କୃଷି ଆଇନ ଆଣିଛନ୍ତି । ଯାହାକି ଚାଷୀ ବିରୋଧୀ । ତେବେ ଏହାକୁ ବିରୋଧ କରିବା ବଦଳରେ ଓଡିଶା ସରକାର ଏହାକୁ କାର୍ଯ୍ୟକରୀ କରିବା ପାଇଁ ପ୍ରୟାସ କରୁଛନ୍ତି । ତେଣୁ ଏହା ବିରୁଦ୍ଧରେ କୃଷକମାନେ ଆନ୍ଦୋଳନ କରୁଥିବା କୃଷକ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ABOUT THE AUTHOR

...view details