ଓଡିଶା

odisha

ETV Bharat / state

ଚାଷୀଙ୍କ ଋଣ ଛାଡ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - farmer rally for demand fulfil in gajapati

ଗଜପତି ଜିଲ୍ଲାକୁ ତୁରନ୍ତ ମରୁଡି ଜିଲ୍ଲା ଭାବେ ଘୋଷଣା କରିବା ନେଇ ବୁଧବାର ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Jul 24, 2019, 3:19 PM IST

ଗଜପତି: ବିଭିନ୍ନ ଦାବି ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଗଜପତି ଜିଲ୍ଲାକୁ ତୁରନ୍ତ ମରୁଡି ଜିଲ୍ଲା ଭାବେ ଘୋଷଣା କରିବା ନେଇ ବୁଧବାର ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।


ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାର ସମସ୍ତ 7ଟି ଯାକ ବ୍ଳକ ଅଞ୍ଚଳରେ 60ପ୍ରତିଶତ କମ ବର୍ଷା ହୋଇଥିବାବେଳେ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ସରକାର ଗଜପତିକୁ ତୁରନ୍ତ ମରୁଡି ଜିଲ୍ଲା ଭାବେ ଘୋଷଣା କରିବା ସହ ଚାଷୀଙ୍କ ଋଣ ଛାଡ କରିବା ଏବଂ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରି ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସେହିପରି ଜିଲ୍ଲାରେ କାର୍ଯ୍ୟରତ ପିଡି ଡିଆରଡିଏ ଚଞ୍ଚଳ ରାଣା ଏବଂ ତାଙ୍କ ପତ୍ନୀ ତଥା ଅତିରିକ୍ତ ଜିଲ୍ଲାପାଳ ସ୍ବଧାଦେବ ସିଂ ନିଜ ମନମୁଖୀ କାର୍ଯ୍ୟ କରୁଥିବାବେଳେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସବୁ ସ୍ତରର ଲୋକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ତେଣୁ ଏହି ଦୁଇ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ପାଇଁ ମଧ୍ୟ ବିଜେପି ଦାବି କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ତେଣୁ ଏନେଇ ବୁଧବାର ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭା କରିଥିଲେ । ଏହି ସବୁ ଦାବି ନେଇ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଅତିଶ୍ରୀଘ୍ର ଏହି ସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details