ଗଜପତି: କିଛିଦିନ ତଳେ ପାରଳାଖେମୁଣ୍ଡିରେ ଅଦିନିଆ ବର୍ଷା ଚାଷୀମାନଙ୍କୁ ହତାଶ କରିଛି । ଚାଷ ଜମିରେ ନିଜ ନିଜର ଅମଳ କରିଥିବା ଧାନ ସବୁ ମଣ୍ଡିକୁ ନେବା ପାଇଁ ସାଇତି ରଖିଥିବାବେଳେ ଅଦିନିଆ ବର୍ଷାରେ କିଛି କିଛି ଧାନ ଗଜା ହୋଇ ନଷ୍ଟ ହୋଇଯାଇଛି । ତେଣୁ କୃଷକମାନେ ଏହି ସମସ୍ୟାକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ଫଳ ମିଳିନଥିଲା ।
ଅଭିନବ ପ୍ରତିବାଦ, ରାହାଗିରିରେ ଧାନ ଧରି ପହଞ୍ଚିଲେ ଚାଷୀ - ବର୍ଷାରେ ଫସଲ ନଷ୍ଟ
ଅଭିନବ ଉପାୟରେ ପ୍ରତିବାଦ । ପାରଳାଖେମୁଣ୍ଡିରେ ଆୟୋଜିତ ହୋଇଥିବା ରାହାଗିରିରେ ଜଣେ ଚାଷୀ ଗଙ୍ଗା ଖଡ଼ଗରାୟ ଧାନ ଧରି ଉତ୍ସବସ୍ଥଳରେ ପହଞ୍ଚିଥିଲେ । ଏହା ଜାଣିବା ପରେ ଜିଲ୍ଲାପାଳ ସେଠାରେ ପହଞ୍ଚି ତାଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଅଭିନବ ପ୍ରତିବାଦ, ରାହାଗିରିରେ ଧାନ ଧରି ପହଞ୍ଚିଲେ ଚାଷୀ
ଅଭିନବ ପ୍ରତିବାଦ, ରାହାଗିରିରେ ଧାନ ଧରି ପହଞ୍ଚିଲେ ଚାଷୀ
ମଣ୍ଡିରେ ଧାନ କିଣାଯାଉନାହିଁ । ଋଣ କିଭଳି ପରିଶୋଧ କରିବେ ସେନେଇ ଚିନ୍ତାରେ ଚାଷୀକୂଳ । ସେମାନଙ୍କ କଥା ପ୍ରଶାସନ ଶୁଣୁନଥିବା ଅଭିଯୋଗ ଉଠୁଛି । ରବିବାର ପାରଳାଖେମୁଣ୍ଡିରେ ଆୟୋଜିତ ହୋଇଥିଲା ରାହାଗିରି । ଯେଉଁଠି ଜଣେ ଚାଷୀ ଗଙ୍ଗା ଖଡ଼ଗରାୟ ଧାନ ଧରି ଉତ୍ସବସ୍ଥଳରେ ପହଞ୍ଚିଥିଲେ। ଏହା ଜାଣିବା ପରେ ଜିଲ୍ଲାପାଳ ସେଠାରେ ପହଞ୍ଚି ତାଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ