ଗଜପତି : ଓଡ଼ିଶା ଆନ୍ଧ୍ର ବିଭାଜନ ହେବା ପରେ ଅନେକ ଓଡ଼ିଶା ଗାଁ ଗୁଡ଼ିକ ଆନ୍ଧ୍ର ପ୍ରଦେଶରେ ମିଶିଗଲା । ହେଲେ ସେଠାରେ ଥିବା ଲୋକେ ଆଜି ଓଡ଼ିଆ ପରମ୍ପରା ଭୁଲି ନାହାଁନ୍ତି । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରୁ କିଛି ଦୂରରେ ଥିବା ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ନାଡସନ୍ଦ୍ରା ଗାଁ । ଗାଁ ଲୋକେ ଆନ୍ଧ୍ରରେ ବାସ କରୁଥିଲେ ମଧ୍ୟ ଓଡ଼ିଆ ପରମ୍ପରାର ପବିତ୍ର କାର୍ତ୍ତିକ ମାସକୁ ଭୁଲି ନାହାଁନ୍ତି ।
Kartika Purnima: ପାରମ୍ପାରିକ ବାଦ୍ୟ ବଜାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରଧର ଗମାଙ୍ଗ - gajpati news
ଓଡ଼ିଆ ପରମ୍ପରା ଭୁଲି ନାହାନ୍ତି ଆନ୍ଧ୍ରରେ ରହୁଥିବା ଓଡିଆ । ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ନାଡସନ୍ଦ୍ରା ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ । କାର୍ଯ୍ୟକ୍ରମରେ ସାମିଲ ହେଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରଧର ଗମାଙ୍ଗ । ଅଧିକ ପଢନ୍ତୁ
ଆଜି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ବେଶ ଧୁମଧାମରେ ପାଳନ କରିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସେମାନେ ନାମ ଯଜ୍ଞ ,ଅଷ୍ଟ ପ୍ରହରୀ କରିଥିଲେ । ଏ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରଧର ଗମାଙ୍ଗ । ପ୍ରବାସୀ ଓଡ଼ିଆଙ୍କ ପାଖେ ଓଡିଆ ପରମ୍ପରାର କଳା ଦେଖି ବେଶ ଖୁସି ହୋଇଥିଲେ ଗିରଧର ଗମାଙ୍ଗ । ଏହାସହ ସେଠାରେ ପାରମ୍ପାରିକ ବାଦ୍ୟ ବଜାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରଧର ଗମାଙ୍ଗ । ଯାହା ମୁଖ୍ୟ ଆକର୍ଷଣ ଥିଲା । ଆନ୍ଧ୍ରରେ ବସବାସ କରୁଥିବା ଓଡ଼ିଆମାନେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇଁ ଉତ୍ସାହିତ ହୋଇଥିଲେ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ