ଓଡିଶା

odisha

କିଡିଗାଁ ଗ୍ରାମରେ ବଣୁଆ ହାତୀ ଆତଙ୍କ, ଧାନ ଫସଲ ନଷ୍ଟ

By

Published : Nov 6, 2022, 5:55 PM IST

କିଡିଗାଁ ଗ୍ରାମରେ ବଣୁଆ ହାତୀ ଆତଙ୍କ । ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମରେ ବଣୁଆ ହାତୀଙ୍କ ଉପଦ୍ରବ । ଗାଁ ନିକଟରେ ଥିବା ପାହାଡ଼ରେ ଦୁଇଟି ହାତୀ ରହିଛନ୍ତି । ଦୁଇଟି ବଣୁଆ ହାତୀ ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ କିଡିଗାଁ ଗ୍ରାମର ନିକଟସ୍ଥ ପାହାଡକୁ ଆସିଥିଲେ । ତେବେ ରାତିରେ ଖାଦ୍ୟ ସଂଗ୍ରହ ପାଇଁ ଧାନ କ୍ଷେତରେ ପଶିଥିଲେ । ଅଧିକ ପଢ଼ନ୍ତୁ

କିଡିଗାଁ ଗ୍ରାମରେ ବଣୁଆ ହାତୀ ଆତଙ୍କ, ଧାନ ଫସଲ ନଷ୍ଟ
କିଡିଗାଁ ଗ୍ରାମରେ ବଣୁଆ ହାତୀ ଆତଙ୍କ, ଧାନ ଫସଲ ନଷ୍ଟ

ଗଜପତି :କିଡିଗାଁ ଗ୍ରାମରେ ବଣୁଆ ହାତୀ ଆତଙ୍କ । ଗଜପତି ଜିଲ୍ଲାକାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମରେ ବଣୁଆ ହାତୀର ଉପଦ୍ରବ । ଗାଁ ନିକଟରେ ଥିବା ପାହାଡ଼ରେ ଦୁଇଟି ହାତୀ ରହିଛନ୍ତି । ଦୁଇଟି ବଣୁଆ ହାତୀ ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ କିଡିଗାଁ ଗ୍ରାମର ନିକଟସ୍ଥ ପାହାଡକୁ ଆସିଥିଲେ । ତେବେ ରାତିରେ ଖାଦ୍ୟ ସଂଗ୍ରହ ପାଇଁ ଧାନ କ୍ଷେତରେ ପଶିଥିଲେ ।

କିଡିଗାଁ ଗ୍ରାମରେ ବଣୁଆ ହାତୀ ଆତଙ୍କ, ଧାନ ଫସଲ ନଷ୍ଟ

ଏହି ବଣୁଆ ହାତୀ କେ.ମନ୍ମଥଙ୍କର ୨ଏକର ଧାନ ଫସଲ ନଷ୍ଟ କରିଦେଇଛନ୍ତି । ଖବରପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ବନବିଭାଗ ଅଧିକାରୀଙ୍କୁ ଉକ୍ତ ଘଟଣା ନେଇ ସୂଚନା ଦିଆଯାଇଛି । ଖୁବଶୀଘ୍ର ଉକ୍ତ ଅଞ୍ଚଳରୁ ହାତୀ ଗୁଡ଼ିକକୁ ହଟେଇବାର ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବନବିଭାଗକୁ ସୂଚନା ଦେବା ପରେ ବି କୌଣସି ଅଧିକାରୀ ବା କର୍ମଚାରୀ ମାନେ ଉପସ୍ଥିତ ହୋଇନଥିଲେ । ଅନ୍ୟପଟେ କାଶୀନଗର ବନବିଭାଗ ଅଧିକାରୀ ସୁଧୀର କୁମାର ବେହେରା କହିଛନ୍ତି ଯେ, ଗତକାଲି ସନ୍ଧ୍ୟାରୁ ଉକ୍ତ ସ୍ଥାନରେ କାଶୀନଗର ଓ ଗାଇବା ବନବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିବା ସୂଚନା ଦେଇଛନ୍ତି । ସେପଟେ ହାତୀକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗାଁ ଲୋକମାନେ କବାଟ ବନ୍ଦ କରି ଘରେ ରହୁଛନ୍ତି । ବନବିଭାଗ କର୍ମଚାରୀ କିଡିଗାଁ ଗାଁକୁ ଯାଇ ହାତୀପଲକୁ ଘଉଡାଇବା ପାଇଁ ଚେଷ୍ଟା କରୁଛି । ଅପରପକ୍ଷେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନବିଭାଗ ଲୋକଙ୍କୁ ସଚେତନ କରୁଛି ।

ଅନ୍ୟପକ୍ଷରେ ଗାଁରେ ହାତୀପଲଙ୍କ ଆତଙ୍କ ଦେଖା ଦେଇଥିବା ବେଳେ ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାଁନ୍ତି । ଏପରିକି କୌଣସି ଜରୁରୀ କାମ ପଡ଼ିଲେ ଲୋକେ ହାତରେ ଠେଙ୍ଗା, ବାଡ଼ି ଧରି ବାହାରକୁ ଯାଉଛନ୍ତି । ଛୋଟ ଛୁଆ ମଧ୍ୟ ଘର ଭିତରେ ୨୪ ଘଣ୍ଟା ବନ୍ଦ ହୋଇ ରହୁଛନ୍ତି । ଗାଁ ଭିତରକୁ ହାତୀପଲ ପଶି ଗାଁ ଭିତରେ ବୁଲୁଛି । ହାତୀର ଗର୍ଜନ ଶୁଣି ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।

ଏପରିକି କୌଣସି କାମ ପଡ଼ିଲେ ବାହାରକୁ ଯିବାକୁ ବି ଭୟ କରୁଛନ୍ତି ଲୋକେ । ଦିନ ସମୟରେ ବି ଘର ଆଗରେ ବୁଲିଛି ହାତୀ । ହାତୀର ଗାଁ ଭିତରକୁ ପ୍ରବେଶ ନେଇ ବନ ବିଭାଗ ବି ଚିନ୍ତାରେ ପଡ଼ିଛି । କିପରି ଲୋକଙ୍କୁ ସୁରକ୍ଷା ଦେବ ତାହାକୁ ନେଇ ଏବେ ବନ ବିଭାଗ ଚିନ୍ତାରେ । ଯେପରି କାହାର କୌଣସି କ୍ଷତି ନହେଉ ସେଥି ପ୍ରତି ସଜାଗ ରହିଛି ବନବିଭାଗ ।

ଇଟିଭି ଭାରତ,ଗଜପତି

ABOUT THE AUTHOR

...view details