ଗଜପତି:ଲଗାଣ ବର୍ଷା ଯୋଗୁଁ ଗଜପତି ଜଙ୍ଗ୍ ଜଙ୍ଗଲ ଗାଁ ଜଳମଗ୍ନ ହୋଇଛି । ପ୍ରବଳ ବର୍ଷାରେ ପାହାଡରୁ ମାଟି ଅତଡା ଖସିବା ଫଳରେ ବର୍ଷା ଜଳରେ ବଡ଼ ବଡ଼ ପଥର ଖଣ୍ଡମାନ ଆସି ଗାଁ ଭିତରକୁ ଭାସିଆସିଛି । ଫଳରେ ଗାଁର ଅନେକ ଘର ଭାଙ୍ଗି ଯାଇଥିବା ଦେଖାଯାଇଛି । ଗୁମ୍ମା ବ୍ଲକ ବଡକଳାକୋଟ ପଞ୍ଚାୟତରେ ୨ଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳେ ଜଙ୍ଗ୍ ଜଙ୍ଗଲ ଗାଁର ନିକଟସ୍ଥ ପାହାଡ ଧସି ମାଟି ଅତଡା ଖସିଥିଲା । ଫଳରେ ଅନେକ ଘର ଭାଙ୍ଗିବା ସହ ଜଳ ମଗ୍ନ ହୋଇଛି ଗାଁ ।
ଲଗାଣ ବର୍ଷାରେ ଗଜପତି ଜଙ୍ଗ୍ ଜଙ୍ଗଲ ଗାଁ ଜଳମଗ୍ନ - ଲଗାଣ ବର୍ଷାରେ ପାହାଡ଼ରୁ ପଥର ଓ ମାଟି ଅତଡା ଖସି ଘରଦ୍ବାର ଭାଙ୍ଗିଲା
ଲଗାଣ ବର୍ଷାରେ ଗଜପତି ଜଙ୍ଗ୍ ଜଙ୍ଗଲ ଗାଁ ଜଳମଗ୍ନ । ପାହାଡରୁ ମାଟି ଅତଡା ଖସି ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ । ଅଧିକ ପଢନ୍ତୁ
ଲଗାଣ ବର୍ଷାରେ ଗଜପତି ଜାଙ୍ଗିଡ଼ିତୁଲ ଗାଁ ଜଳମଗ୍ନ
ଏନେଇ ଖବର ପାଇ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ,ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାରେ ପାଣିର ସୁଅ ଚାଲିଥିବା ବେଳେ ରାସ୍ତାରେ କାଦୁଅ ଜମି ରହିଛି । ଫଳରେ ଏହି ରାସ୍ତାରେ ଯୋଗା ଯୋଗ ବିଚ୍ଛିନ୍ନ ହେଇଛି । ପ୍ରଥମେ ଏହାକୁ ସଫା କରିବା ପରେ ଏଠାକାର ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳୀରେ ରଖାଯିବ ବୋଲି ଗୁମ୍ମା ବିଡିଓ କହିଛନ୍ତି ।
ଇଟିଭି ଭାରତ, ଗଜପତି
Last Updated : Jul 17, 2022, 8:06 PM IST