ଗଜପତି:ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ DFOଙ୍କୁ କ୍ରାଇମବ୍ରାଞ୍ଚର ଜେରା । ଦୀର୍ଘ ୩ ଘଣ୍ଟା ଧରି ଜେରା କରିଛି କ୍ରାଇମବ୍ରାଞ୍ଚ । ପଚରାଉଚରା ସମୟରେ DFO ଅନେକ ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି । ବିଦ୍ୟାଭାରତୀଙ୍କ ସହିତ ନିଜ ଅନୈତିକ ସମ୍ପର୍କକୁ ଖଣ୍ଡନ କରିବା ସହ ମୃତ୍ୟୁକାଳନୀ ଜମାନବନ୍ଦୀ ସମୟରେ ସେ ଉପସ୍ଥିତ ଥିବା ଘଟଣାକୁ ସ୍ବୀକାର କରିଛନ୍ତି । ହେଲେ ଜମାନବନ୍ଦୀରେ ଡାକ୍ତର କ'ଣ ସବୁ ଲେଖିଛନ୍ତି ତାହା ସେ ଦେଖି ନଥିବା କ୍ରାଇମବ୍ରାଞ୍ଚଙ୍କୁ କହିଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି ଏହା ସୂଚନା ଦେଇଛନ୍ତି । ହେଲେ ଜେରା ସାରି ବାହାରକୁ ଆସିବା ପରେ ରୋବାବ୍ ଦେଖାଇଛନ୍ତି DFO । ଗଣମାଧ୍ୟମ ପ୍ରତିନିଧୀଙ୍କୁ ନାଲି ଆଖି ଦେଖାଇବା ସହ ବିଭିନ୍ନ ପ୍ରଶ୍ନରେ ‘ମୁଁ କିଛି କହିବି ନାହିଁ’ ଓ ‘ମୋ ଇଚ୍ଛା ଭଳି’ ନାନା କଥା କହିଛନ୍ତି ।
ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାର ରହସ୍ୟ ଖୋଲିବାକୁ ପୁରା ଦମ୍ ଲଗାଇଛି କ୍ରାଇମବ୍ରାଞ୍ଚ । ଟିମ୍ ଗତ ୭ ଦିନରେ ୧୩ ଜଣଙ୍କୁ ଜେରା କରିସାରିଥିବାବେଳେ ଆଜି ଅଷ୍ଟମ ଦିନରେ ଘଟଣାର ଅନ୍ୟତମ ଅଭିଯୁକ୍ତ ପାରଳାଖେମୁଣ୍ଡି DFO ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିଛି ।