ଓଡିଶା

odisha

ETV Bharat / state

ଗୋଦାମ ଆଗରୁ ତାଲା ମାରି ପଛ ପଟେ ଚାଲିଥିଲା ବାଣ ବ୍ୟବସାୟ, ସିଲ କଲା ପ୍ରଶାସନ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏକ ବାଣ ଗୋଦାମରେ ଆଗପଟୁ ତାଲା ମାରି ପଛପଟେ ବାଣ ପ୍ରସ୍ତୁତ କରାଯାଉଥିବା ଘଟଣାରେ ଗୋଦାମକୁ ସିଲ କରିଛି ପ୍ରଶାସନ । ଅଧିକ ପଢନ୍ତୁ...

By

Published : Nov 13, 2020, 10:25 AM IST

cracked godown sealed in gajapati
ଆଗରୁ ତାଲା ମାରି ପଛ ପଟେ ଚାଲିଥିଲା ବାଣ ବ୍ୟବସାୟ

ଗଜପତି: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି । ହେଲେ ଏ ନିୟମକୁ ବାଣ ବ୍ୟବସାୟୀ ଖୁଲମଖୁଲା ବେଖାତିର କରିଥିବାର ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏକ ବାଣ ଗୋଦାମରେ ଆଗପଟୁ ତାଲା ମାରି ପଛପଟେ ବାଣ ପ୍ରସ୍ତୁତ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି ।

କଟକଣା ସତ୍ତ୍ବେ କିଛି ବାଣ ବ୍ୟବସାୟୀ ବାଣ ଆଣି ଗଚ୍ଛିତ ରଖିଥିଲେ । ଏହି ଖବର ପାଇଁ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଦୋକାନଗୁଡିକୁ ତାଲା ମରାଯାଇଥିଲା । ତଥାପି ବ୍ୟବସାୟୀମାନେ ଦୋକାନ ଆଗରେ ତାଲା ମାରି ପଛ ରାସ୍ତାରେ ବାଣ ବ୍ୟବସାୟ ଚଲାଇଥିଲେ । ଏହାର ଖବର ପାଇ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିଦେବାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଘଟଣାସ୍ଥଳରେ ଚଢାଉ କରାଯାଇଥିଲା । ଏହା ପରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ପହଞ୍ଚି ବାଣ ଗଚ୍ଛିତ ଥିବା କୋଠାର ବିଭିନ୍ନ ପଥକୁ ସିଲ କରିଥିଲେ ।

ଆଗରୁ ତାଲା ମାରି ପଛ ପଟେ ଚାଲିଥିଲା ବାଣ ବ୍ୟବସାୟ

ବିନା ଅନୁମତିରେ ବାଣ ରଖିବା ଏକ ବେଆଇନ କାର୍ଯ୍ୟ ହୋଇଥିଲେ ମଧ୍ୟ ପ୍ରଶାସନ କେବଳ ବାଣ ଗୋଦାମ ସିଲ୍ କରିଥିଲେ ହେଲେ ଏହାକୁ ଗଚ୍ଛିତ ରଖିଥିବା ବ୍ୟକ୍ତିଙ୍କୁ ଗିରଫ କରିନାହିଁ । ତେଣୁ ପ୍ରଶାସନର କାର୍ଯ୍ୟକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ, ସରକାର ଘୋଷଣା କରିବା ପରେ ବି ପାରଳାଖେମୁଣ୍ଡି ସମେତ ବିଭିନ୍ନ ସ୍ଥାନରେ ଅବାଧ ବାଣ ବିକ୍ରି କରାଯାଉଛି । ତେଣୁ ପ୍ରଶାସନ ତୁରନ୍ତ ସମସ୍ତ ବାଣ ଗୋଦାମ ସିଲ୍ କରିବା ସହ ବେଆଇନ ଭାବେ ବାଣ ଗଚ୍ଛିତ ରଖି ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details