ଓଡିଶା

odisha

ETV Bharat / state

ପାରଳାଖେମୁଣ୍ଡି ବିଧାୟକଙ୍କ ମହାନତା, ପୋଲିସ କର୍ମଚାରୀଙ୍କୁ ବାଣ୍ଟିଲେ ଖାଦ୍ୟ - କୋରୋନା ଭାଇରସ ଖବର

ମହାମାରୀ କୋରୋନାକୁ ମୁକାବିଲାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଖାଦ୍ୟ ବାଣ୍ଟିଲେ ପାରାଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ । ପୋଲିସ କର୍ମଚାରୀମାନେ ଯେଉଁ ଭଳି ନିଜର କର୍ତ୍ତବ୍ୟ କରୁଛନ୍ତି ତାହା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ବୋଲି ବିଧାୟକ କହିଛନ୍ତି । ଅଧିକ ପଢନ୍ତୁ...

coronavirus-duty-police-food-distribution-by-paralakhemundi-mla-k-narayan-rao
ମହାମାରୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଖାଦ୍ୟ ବାଣ୍ଟିଲେ ପାରାଳାଖେମୁଣ୍ଡି ବିଧାୟକ

By

Published : Mar 28, 2020, 6:34 PM IST

ପାରଳାଖେମୁଣ୍ଡି: ସାରା ଭାରତରେ କୋରନାକୁ ନେଇ ଲକଡାଉନ ଘୋଷଣା କରାଯାଇଛି । ଉଭୟ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ବିଶେଷ କରି ପୁଲିସ କର୍ମଚାରୀମାନେ ପ୍ରଚଣ୍ଡ ଖରାରେ ବିଭିନ୍ନ ସ୍ଥାନରେ ନିଜର କର୍ତ୍ତବ୍ୟ ସଂପାଦନ କରୁଛନ୍ତି ।

ଏଭଳି ସମୟରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ସହରର ବିଭିନ୍ନ ସ୍ଥାନ ବୁଲି ପୋଲିସ କର୍ମଚାରୀଙ୍କୁ ଦହି, ଭାତ, ପାନୀୟ ଜଳ ଏବଂ ଫଳ ଆଦି ବଣ୍ଟନ କରୁଛନ୍ତି । ତାଙ୍କ ସହ କିଛି ସହକର୍ମୀ ମଧ୍ୟ ସହାୟତା କରୁଛନ୍ତି । ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଜଗି ରହିବା ସହ ବିଭିନ୍ନ ସ୍ଥାନରେ ଅମାନିଆଙ୍କୁ ସାବାଡ କରୁଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ କରୁଛନ୍ତି।

ମହାମାରୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଖାଦ୍ୟ ବାଣ୍ଟିଲେ ପାରାଳାଖେମୁଣ୍ଡି ବିଧାୟକ

ତେବେ ଏହାକୁ ନେଇ ବିଧାୟକ ନିଜ ପ୍ରତିକ୍ରିୟାରେ କୋରୋନାର ମୁକାବିଲା ପାଇଁ ପୋଲିସ କର୍ମଚାରୀମାନେ ଯେଉଁ ଭଳି ନିଜର କର୍ତ୍ତବ୍ୟ କରୁଛନ୍ତି ତାହା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ । ସେମାନେ ବି ମଣିଷ କିନ୍ତୁ ତାଙ୍କୁ ଖାଇବା ପିଇବା କଥାକୁ କେହି ଗୁରୁତ୍ବ ଦେଉନଥିବା ଦେଖିଥିଲି । ତେଣୁ ବିଧାୟକ ଭାବେ ଏହା ମୋର କର୍ତ୍ତବ୍ୟ ଭାବି ଏଭଳି କାର୍ଯ୍ୟ କରିଥିବା କହିଛନ୍ତି ।

ବିଧାୟକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ପୋଲିସ ମାନେ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି । ବିଧାୟକ ତାଙ୍କ କଥାକୁ ଦୃଷ୍ଟି ଦେଇ ଏଭଳି ବ୍ୟବସ୍ଥା କରିବା ତାଙ୍କୁ କର୍ତ୍ତବ୍ୟ ସଂପାଦନ କରିବାକୁ ଅଧିକ ଉତ୍ସାହିତ କରିବ ବୋଲି ସେମାନେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details