ଓଡିଶା

odisha

Compulsory Retirement To Coaches: କୋର୍ଟଙ୍କ ଆଶ୍ରୟ ନେଇ ସରକାରଙ୍କ ଆକ୍ରୋଶର ଶିକାର ହେଲେ କ୍ରୀଡା ଅଧିକାରୀ

By

Published : Dec 11, 2021, 10:21 PM IST

Updated : Dec 12, 2021, 2:58 PM IST

5tରେ ସରକାରଙ୍କ ଅଜବ ନୀତି, ନିଜ ପ୍ରାପ୍ୟ ଦରମା ନପାଇବରୁ ନ୍ୟାୟାଳୟର ଆଶ୍ରୟ ନେବାରୁ ସରକାରଙ୍କ ଆକ୍ରୋଶର ଶିକାର ହେଇଛନ୍ତି କ୍ରୀଡା ଅଧିକାରୀ । ଗଜପତି ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ଅନ୍ୟ ୩ ଜଣ ଭଲିବଲ କୋଚ୍ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ସେମାନଙ୍କୁ ବାଧ୍ୟତାମୂଳ ଅବସର ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

compulsory retirement in gajapati
ନ୍ୟାୟାଳୟର ଆଶ୍ରୟ ନେଇ ସରକାରଙ୍କ ଆକ୍ରୋଶର ଶିକାର ହେଲେ କ୍ରୀଡ଼ା ଅଧିକାରୀ

ପାରଳାଖେମୁଣ୍ଡି: ୫ ଟିରେ ସରକାରଙ୍କ ଅଜବ ନୀତି, ନିଜ ପ୍ରାପ୍ୟ ଦରମା ନପାଇବରୁ ନ୍ୟାୟାଳୟର ଆଶ୍ରୟ ନେବାରୁ ସରକାରଙ୍କ ଆକ୍ରୋଶର ଶିକାର ହେଇଛନ୍ତି କ୍ରୀଡା ଅଧିକାରୀ। ସରକାରଙ୍କ ଏକାଧିକ ବିଭାଗର କାମ ଏକାକୀ କରିଥିଲେ କିନ୍ତୁ ସରକାରଙ୍କୁ ନିଜ ପ୍ରାପ୍ୟ ମାଗିବାରୁ ସରକାର ଦରମା ବଦଳରେ ବାଧ୍ୟତାମୂଳକ ଅବସର ଦେଲେ । ଗଜପତି ଜିଲ୍ଲାର ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ଅନ୍ୟ ୩ ଜଣ ଭଲିବଲ କୋଚ୍ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ସେମାନଙ୍କୁ ବାଜିଛି ୫ ଟି ଛାଟ । ସରକାର ଏହି ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ହେଲେ ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଭାକରଙ୍କ ସହକର୍ମୀ ଏବଂ ଗଜପତି ଜିଲ୍ଲାବାସୀ ଓ କ୍ରୀଡ଼ା ପ୍ରେମୀ । ପୂର୍ବରୁ ସରକାରଙ୍କ ବିରୁଦ୍ଧରେ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି । ତେଣୁ ଆକ୍ରୋଶମୂଳକ ଭାବେ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ବହିଷ୍କୃତ ହୋଇଥିବା କ୍ରୀଡା ଅଧିକାରୀ ।

ରାଜ୍ୟରେ ମୋ ସରକାର ଏବଂ ୫ ଟି ଆରମ୍ଭ ହେବା ପରଠାରୁ ଅନେକ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏହି ଅନୁସାରେ ଗଜପତି ଜିଲ୍ଲାରେ ୩ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । ଗତ ନଭେମ୍ବର ୩୦ ତାରିଖରେ ଭଲିବଲ କୋଚ୍ ତଥା ପୂର୍ବତନ ଗଜପତି ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ଅନ୍ୟ ୩ ଜଣ କୋଚ ବାଜିଛି ୫ ଟି ଛାଟ । ଏମାନଙ୍କୁ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି । ପ୍ରଭାକରଙ୍କ ବିରୁଦ୍ଧରେ ହୋଇଥିବା ଏଭଳି କାର୍ଯ୍ୟାନୁଷ୍ଠାନକୁ କିନ୍ତୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ବିଶେଷ କରି ତାଙ୍କ ସହ ଦୀର୍ଘ ଦିନ ଧରି କାମ କରିଥିବା ସହକର୍ମୀ ଏବଂ ଗଜପତି ଜିଲ୍ଲାର କ୍ରୀଡା ଏବଂ ସଂସ୍କୃତି ସହ ଜଡିତ ବ୍ୟକ୍ତିମାନେ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ।

ନ୍ୟାୟାଳୟର ଆଶ୍ରୟ ନେଇ ସରକାରଙ୍କ ଆକ୍ରୋଶର ଶିକାର ହେଲେ କ୍ରୀଡ଼ା ଅଧିକାରୀ

ପ୍ରଭାକରଙ୍କ ସହ ଦୀର୍ଘ ଦିନ ଧରି କାମ କରିଥିବା ଅବସରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରାମ ଚନ୍ଦ୍ର ପାଢୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଭାକର ତ୍ରିପାଠୀ ଜଣେ ଭଲିବଲ୍ କୋଚ । କିନ୍ତୁ ସରକାର ତାଙ୍କୁ ଜିଲ୍ଲା କ୍ରୀଡା ଅଧିକାରୀ ଦାୟିତ୍ବ ଦେଇଥିଲେ । ସେ ଦାୟିତ୍ବ ନେବା ପରେ ଜିଲ୍ଲାରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗୀତା ହୋଇଥିଲା । ସେସବୁକୁ ସେ ସଫଳତାର ସହ ତୁଲାଇଥିଲେ । ତାଙ୍କ ସମୟରେ ଜିଲ୍ଲାର ବହୁପିଲା ରାଜ୍ୟ ତଥା କେନ୍ଦ୍ର ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଛନ୍ତି । ତାଙ୍କ କାର୍ଯ୍ୟ ସନ୍ତୋଷଜନକ ରହିଥିବାରୁ ପରବର୍ତି ସମୟରେ ତାଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଆଦି ବିଭିନ୍ନ ଅତିରିକ୍ତ ଦାୟିତ୍ବ ମଧ୍ୟ ଦିଆଯାଇଥିଲା । ସେସବୁକୁ ମଧ୍ୟ ସେ ସଫଳତାର ସହ ତୁଲାଇଥିଲେ ।

ସେହିଭଳି ଜିଲ୍ଲାର ଜଣେ କ୍ରୀଡ଼ାପ୍ରେମୀ ସଂସ୍କୃତି ସଂଗଠକ ନୃସିଂହ ଚରଣ ପଟ୍ଟନାୟକ ମଧ୍ୟ ସେହି ସମାନ କଥା କହିଛନ୍ତି । ଜଣେ ଅଧିକାରୀ ଜିଲ୍ଲାର ବିଭିନ୍ନ ଦାୟିତ୍ବରେ ରହି ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇଥିବା ବେଳେ ସେ କିଭଳି ଅଯୋଗ୍ୟ ହେଲେ ଏବଂ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲା ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା କହିଛନ୍ତି । ତେଣୁ ସରକାର ୫ ଟି ଆଳରେ ତାଲିବାନୀ ଶାସନ ଚଳାଇଥିବା ସେ ଅଭିଯୋଗ କରିବା ସହ ତୁରନ୍ତ ଏହାର ପୁନଃବିଚାର କରିବା ପାଇଁ ଦାବି କରିଛନ୍ତି ।

ବାଧ୍ୟତାମୂଳକ ଅବସର ଘୋଷଣା ପରେ ମୁହଁ ଖୋଲିଛନ୍ତି ପ୍ରଭାକର । ସେ କହିଛନ୍ତି ଯେ, ୧୯୯୬ମସିହାରେ ତାଙ୍କୁ ଭଲିବଲ କୋଚ ଭାବେ ନିଯୁକ୍ତି ମିଳିଥିଲା । ହେଲେ ୨୦୦୦ ମସିହାରେ ରେଗୁଲାର ସ୍କେଲ ଅଫ ପେ ରୁ କନ୍ସଲିଡେଟେଡ ପେକୁ ପରିବର୍ତିତ କରାଯାଇଥିଲା । ଏହାର ପ୍ରତିବାଦରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ପରେ ନ୍ୟାୟାଳୟ ଏହା ଉପରେ ରହିତାଦେଶ ଜାରି କରିଥିଲ । କିନ୍ତୁ ସରକାର ଏହା ନମାନିବାରୁ ସେ ଅଦାଲତକ ଅବମାନନା ମାମଲା କରିଛନ୍ତି । ତଥାପି କୌଣସି ସୁଫଳ ମିଳିନାହିଁ ।

ଏବେବି ସେ ନ୍ୟାାୟ ପାଇଁ ଅଦାଲତରେ ସଂଘର୍ଷ ଜାରି ରଖିଛନ୍ତି । ଏହାରି ଭିତରେ ତାଙ୍କୁ ୨୦୧୦ ମସିହାରେ ଗଜପତି ଜିଲ୍ଲାର ଜିଲ୍ଲା କ୍ରୀଡା ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଥିଲା । ତାକୁ ସେ ୨୦୨୧ମସିହା ନଭେମ୍ବର ୨୧ତାରିଖ ଯାଏଁ ସୂଚାରୁ ରୂପେ ତୁଲାଇଛନ୍ତି । ଏପରିକି ଏହି ସମୟ ମଧ୍ୟରେ ତାଙ୍କୁ ଯେଉଁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା ତାହାକୁ ବି ସେ ତୁଲାଇଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ କାର୍ଯ୍ୟକୁ ନେଇ ସଭେଳି କୌଣସି ଅଭିଯୋଗ ହୋଇନାହିଁ । ଏମିତିକି ଜିଲ୍ଲା ପ୍ରଶାସନ ତାଙ୍କ କାର୍ଯ୍ୟକୁ ବହୁ ସମୟରେ ପ୍ରଶଂସା କରିଛନ୍ତି ତଥାପି ସରକାର ଆକ୍ରୋଶମୂଳକ ଭାବେ ତାଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ହେଲେ ଏହାର ପ୍ରତିବାଦରେ ବି ସେ ନ୍ୟାୟାଳୟକୁ ଯିବେ ଏବଂ ନ୍ୟାୟାଳୟରେ ତାଙ୍କୁ ନ୍ୟାୟ ମିଳିବା ନେଇ ସେ ଆଶାବାଦୀ ରହିଥିବା କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Dec 12, 2021, 2:58 PM IST

For All Latest Updates

ABOUT THE AUTHOR

...view details