ଓଡିଶା

odisha

By

Published : May 30, 2023, 8:04 AM IST

ETV Bharat / state

ଦିନିକିଆ ଗଜପତି ଗସ୍ତରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସୋମବାର ଦିନିକିଆ ଗଜପତି ଗସ୍ତରେ ଆସି ଫେରିଯାଇଛନ୍ତି। ଅଧିକ ପଢନ୍ତୁ

Etv Bharat
Etv Bharat

ଗଜପତି: ଦିନିକିଆ ଗଜପତି ଗସ୍ତରେ ଆସି ଫେରିଯାଇଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସୋମବାର । ସେ ତାଙ୍କ ଗସ୍ତ ସମୟରେ ଦୁଇଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଇଁ ଶୁଭ ପ୍ରଦାନ କରିଥିଲେ। ଏହାସହ ଶବର ସମାଜ ପକ୍ଷରୁ ନିର୍ମିତ ପରମପୂଜ୍ୟ ପ୍ରଧାନୀ ଗମାଙ୍ଗଙ୍କ ସ୍ମୃତି ମନ୍ଦିର ମଧ୍ୟ ଉଦଘାଟନ କରିବା ସହ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ।

ଅଧିକ ପଢ଼ନ୍ତୁ: ପୁରୀକୁ ଗଡ଼ିଲା ବାଙ୍ଗିରିପୋଷି -ଭୁବନେଶ୍ୱର ଏକ୍ସପ୍ରେସ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସୋମବାର ସକାଳ 8ଟା ବେଳେ ରାୟଗଡ ସର୍କିଟ ହାଉସ ବାହାରି ମଧ୍ୟାହ୍ନ ପ୍ରାୟ 12ଟା ବେଳେ ଗଜପତି ଜିଲ୍ଲା ନୂଆଁଗଡ ବ୍ଲକ ଏନ୍.ଝାଲାରସିଂ ଗାଁରେ ପହଁଞ୍ଚି ଥିଲେ । ସେଠାରେ ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ମନ୍ତ୍ରୀଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ । ଏହାପରେ ଶବର ସମାଜ ପ୍ରତିଷ୍ଠାତା ପୂଜନୀୟ ସ୍ବର୍ଗତ ପ୍ରଧାନୀ ଗମାଙ୍ଗଙ୍କ ସ୍ମୃତି ଉଦେଶ୍ୟରେ ସ୍ମୃତି ମନ୍ଦିର ଉଦଘାଟନ ସହ ପ୍ରତିମୃର୍ତ୍ତି ଉନ୍ମୋଚନ କରିଥିଲେ । ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି,‘‘ମହାନ ପ୍ରଧାନୀ ଗମାଙ୍ଗଙ୍କ ପ୍ରତିମୃର୍ତ୍ତି ଉନ୍ମୋଚନ କରିବା ମୋ ପାଇଁ ସୌଭାଗ୍ୟର କଥା। ଅନ୍ୟମାନଙ୍କ ପାଇଁ ସେ ପ୍ରରଣା । ତାଙ୍କ ଆର୍ଦଶ୍ୟ ମୂଲ୍ୟବୋଧ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଶିକ୍ଷଣୀୟ।’’

ଅଧିକ ପଢ଼ନ୍ତୁ:ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗ: ଉଭୟ ରାଜ୍ୟର ସରକାର ବୁଝାମଣାକୁ ଗଲେ ସୁଫଳ ମିଳିବ କହିଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

ନୂଆଗଡ ବ୍ଲକ ଲୁହାଙ୍ଗର ପଞ୍ଚାୟତର କୁମଜାଙ୍ଗରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମ।ଣ ପାଇଁ ଶିଳାନ୍ୟାସ କରିଥିଲେ ମନ୍ତ୍ରୀ । ଏହାପରେ ରାୟଗଡ ବ୍ଲକ କଇଁପୁର ନିକଟସ୍ଥ ଶୁଭଦ୍ରାପୁରକୁ ଯାଇଥିଲେ । ସେଠାରେ ମଧ୍ୟ ଏକ ଆଉ ଏକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମ।ଣ ପାଇଁ ଶିଳାନ୍ୟାସ କରିଥିଲେ । ନିର୍ମାଣ ହେବାକୁ ଥିବା ଏହି ଦୁଇ ଏକଲବ୍ୟ ଆବାସିକ ବିଦାଳୟରେ ଷଷ୍ଠ ଶ୍ରେଣୀଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଏକ ହଜାର ଆଦିବାସୀ ଛାତ୍ରୀମାନେ ଉପକୃତ ହୋଇପାରିବେ ଏବଂ ଏକ ବର୍ଷ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦଶେ ଦେଇଛନ୍ତି ମନ୍ତ୍ରୀ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଭୃଗୁ ବକ୍ସିପାତ୍ର, ନୂଆଗଡ ବ୍ଲକ୍ ଅଧକ୍ଷା ମାଲତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମୀୟ ରଇତ ପ୍ରମୁଖ ଯୋଗଦେଇଥିଲ ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details