ଗଜପତି: ଆଜି ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ପାରଳାଖେମୁଣ୍ଡି ପୌରପରିଷଦର ଅଧ୍ୟକ୍ଷ ଏବଂ ବିଭିନ୍ନ ୱାର୍ଡର କାଉନସିଲର ପାଇଁ ଆଜି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । କଂଗ୍ରେସରୁ ଖେଗେଶ୍ବର ବେହେରା, ବିଜେପିରୁ ଏମ.ରାଜେଶ୍ବରୀ ଅଧ୍ୟକ୍ଷା ପଦବୀ ପାଇଁ ନାମାଙ୍କନ ଭରିଥିବା ବେଳେ ଗତକାଲି ବିଜେଡିରୁ ନିର୍ମଳା ସେଠୀ ନାମାଙ୍କନ ଦାଖଲ କରିସାରିଛନ୍ତି । ସେହିପରି ଆଜି ବିଜେଡିର ୮ଟି ୱାର୍ଡ ପାଇଁ ବିଜେପିର ୧୨ଟି ୱାର୍ଡ ପାଇଁ ଏବଂ କଂଗ୍ରେସର ୯ଟି ୱାର୍ଡ ପାଇଁ ନାମାଙ୍କନ ଦାଖଲ ହୋଇଛି ।
Municipal Election 2022: ପାରଳାଖେମୁଣ୍ଡିରେ ନାମାଙ୍କନ ଭରିଲେ ୩ ପ୍ରମୁଖ ଦଳ - candidate file nomination for municipal election
ପାରଳାଖେମୁଣ୍ଡି ପୌରପରିଷଦର ଅଧ୍ୟକ୍ଷ ଏବଂ ବିଭିନ୍ନ ୱାର୍ଡର କାଉନସିଲର ପାଇଁ ଆଜି ବିଭିନ୍ନ ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।ଅଧିକ ପଢନ୍ତୁ
ସେହିପରି ପୂର୍ବରୁ ବିଜେଡିର ଅନ୍ୟ ୮ଟି, ବିଜେପିର ୪ଟି ଏବଂ କଂଗ୍ରେସର ୭ଟି ୱାର୍ଡ ପାଇଁ ନାମାଙ୍କନ ଦାଖଲ ହୋଇସାରିଛି । ଆଜି ନାମାଙ୍କନ ଦାଖଲ କରିବା ପରେ ବିଜେପିର ଅଧ୍ୟକ୍ଷା ପ୍ରାର୍ଥୀ ପାରଳାଖେମୁଣ୍ଡିର ବିକାଶ ପାଇଁ ଲୋକେ ମୋତେ ପ୍ରାର୍ଥୀ କରିଛନ୍ତି ଏବଂ ଜିତାଇବେ ମଧ୍ୟ । ଜିତିବା ପରେ ଲୋକଙ୍କ ସହ ରହି କାମ କରିବି ବୋଲି କହିଛନ୍ତି । ସେହିପରି କଂଗ୍ରେସର ଅଧ୍ୟକ୍ଷା ପ୍ରାର୍ଥୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ ଆଗରୁ କାଉନସିଲର ଥିଲି । ଲୋକେ ମୋ କାମକୁ ଦେଖିଛନ୍ତି । ତେଣୁ ଏଥର ମଧ୍ୟ ପାରଳାଖେମୁଣ୍ଡିର ବିକାଶ ପାଇଁ ଲୋକେ ମୋତେ ଭୋଟ ଦେଇ ଜିତାଇବେ ବୋଲି ସେ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ