ଓଡିଶା

odisha

ETV Bharat / state

ଗଜପତିରେ ଶିଶୁ ସୁରକ୍ଷା ଆୟୋଗଙ୍କ ଜନଶୁଶାଣି

ଶିଶୁ ସୁରକ୍ଷା ଆୟୋଗ ଗଜପତି ଜିଲ୍ଲା ଗସ୍ତ କରି ଏକ ଅଭିଯୋଗର ଶୁଣାଣି କରିଛନ୍ତି । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଲୋକେ ସାମିଲ ହୋଇ ନିଜର ସମସ୍ୟା ସଂପର୍କରେ ଜଣାଇଥିଲେ ।

ncpcr camp
ଗଜପତିରେ ଶିଶୁ ସୁରକ୍ଷା ଆୟୋଗଙ୍କ ଜନ ଶୁଶାଣି

By

Published : Dec 24, 2019, 11:43 PM IST

ଗଜପତି: ଶିଶୁ ସୁରକ୍ଷା ଆୟୋଗ ଗଜପତି ଜିଲ୍ଲା ଗସ୍ତ କରି ଏକ ଅଭିଯୋଗ ଶୁଣାଣି କରିଛନ୍ତି । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଲୋକେ ସାମିଲ ହେବା ସହ ନିଜର ସମସ୍ୟା ସମ୍ପର୍କରେ ଜଣାଇଥିଲେ । କିଛି ସମସ୍ୟାର ସମାଧାନ ହୋଇଥିବାବେଳେ ଆଉ କିଛି ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ 15 ଦିନରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ ।

ଗଜପତିରେ ଶିଶୁ ସୁରକ୍ଷା ଆୟୋଗଙ୍କ ଜନ ଶୁଶାଣି

ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଏବଂ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଏକ ଅଭିଯୋଗ ଶୁଣାଣି କରିଛନ୍ତି । ଏଥିରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ ଡ. ଆର.ଜି.ଆନନ୍ଦ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ସଦସ୍ୟ ହରିହର ନାୟକ, ସଭ୍ୟା ଗୀତାଞ୍ଜଳୀ ବସ୍ତିଆ ପ୍ରମୁଖ ଯୋଗ ଦେଇ ଶିଶୁ ସୁରକ୍ଷା ସମ୍ପର୍କରେ ଶୁଣାଣି କରିଥିଲେ । ଏହି ଅବସରରେ ମୋଟ 930ଟି ଅଭିଯୋଗ ଶୁଣାଇ ଥିବାବେଳେ ବିଭିନ୍ନ ପ୍ରକାର ଭତ୍ତା, ପ୍ରମାଣପତ୍ର ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ସମ୍ପର୍କତ ଅଭିଯୋଗର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ।

ଏହି ଶୁଣାଣି ବେଳେ ଅନୁପମ ଶାହା, ଏସପି ସାରା ଶର୍ମା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲୁଣ କୁମାର ତ୍ରିପାଠୀ ଏବଂ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପ୍ରମୁଖଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସେପଟେ, କମିଶନଙ୍କ ନିକଟରେ ଅଭିଯୋଗ ଶୁଣାଣି କରିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details