ଓଡିଶା

odisha

ETV Bharat / state

କାଉ ନେଇଗଲା ବସ୍‌ ହେଲପରଙ୍କ ଜୀବନ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 30 ବର୍ଷୀୟ ବସ ହେଲପରର ମୃତ୍ୟୁ ହୋଇଛି ।

By

Published : Sep 16, 2019, 7:01 PM IST

Updated : Sep 16, 2019, 10:44 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: କାଉ ନେଇଗଲା ବସ ହେଲପରର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ । ମୃତକ ହେଲେ ରାୟଗଡା ଜିଲ୍ଲା ନଇରା ଗ୍ରାମର 30 ବର୍ଷୀୟ ଦିନବନ୍ଧୁ ।

ଆଜି ଭୋର 4ଟା ବେଳେ ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯାଉଥିବା ସପ୍ତଗିରି ନାମକ ବସ୍ ପାରଳାଖେମୁଣ୍ଡି ଗୁମ୍ମା ଗଡାର ଏକ ନାଳ ନିକଟରେ ବସ ରହିଥିଲା । ବସର ଡ୍ରାଇଭର ଓ ହେଲପର ଗାଡିକୁ ସଫା କରିବା ପରେ ନିଜର ନିତ୍ୟକର୍ମ ସାରି ନିଜ ଗନ୍ତବ୍ୟସ୍ଥଳକୁ ବାହାରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ତେବେ ବସଟି ପାର୍କିଂ ହୋଇଥିବା ସ୍ଥାନଟି ବିପଦପୂର୍ଣ୍ଣ ଥିଲା । ଯାହା ବସର ଡ୍ରାଇଭର ଓ ହେଲପର ଜାଣିପାରିନଥିଲେ । ବସ ଡ୍ରାଇଭର ଗାଡିକୁ ଷ୍ଟାର୍ଟ କରିବା ବେଳେ ହେଲପର ବସର ମୁଖ୍ୟ ଫାଟକରେ ଛିଡା ହୋଇଥିଲେ । ଏହି ସମୟରେ ବସ ଉପରେ ଥିବା ବିଦ୍ୟୁତ ତାରରେ ଏକ କାଉ ବସିବାରୁ ବସଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଘଟଣାସ୍ଥଳରେ ହେଲପରର ମୃତ୍ୟୁ ହୋଇଛି । ଡ୍ରାଇଭର କୌଣସି ମତେ ନିଜ ଜୀବନ ବଞ୍ଚାଇ ବସରୁ ବାହାରକୁ ଡେଉଁପଡିଥିଲେ ।

ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି କୃପାସିନ୍ଧୁଙ୍କ ମୃତଦେହ ଜବତ କରି ପାରଳାଖେମଣ୍ଡି ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Sep 16, 2019, 10:44 PM IST

ABOUT THE AUTHOR

...view details