ଓଡିଶା

odisha

ETV Bharat / state

11 ଦିନରେ ବିଏସଏନଏଲ କର୍ମଚାରୀଙ୍କ ଆନ୍ଦୋଳନ - 11th day

ଚାରି ମାସର ବକେୟା ଦରମା, ଦରମା ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଆନ୍ଦୋଳନ କରିଛନ୍ତି ବିଏସଏନଏଲ କର୍ମଚାରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : May 31, 2019, 3:16 PM IST

ଗଜପତି: 11 ଦିନରେ ପହଞ୍ଚିଲା ବିଏସଏନଏଲ କର୍ମଚାରୀଙ୍କ ଆନ୍ଦୋଳନ । ଚାରି ମାସର ବକେୟା ଦରମା, ଦରମା ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଏହି ଆନ୍ଦୋଳନ କରିଛନ୍ତି ବିଏସଏନଏଲ କର୍ମଚାରୀ । ଯେ ପର୍ଯ୍ୟନ୍ତ ଦାବି ପୁରଣ ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କର୍ମଚାରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଏହି ସବୁ ଦାବି ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେପଟେ ମାସ ମାସ ଧରି ଦରମା ମିଳୁ ନଥିବାରୁ ପରିବାର ଚଳାଇବା ମଧ୍ୟ କଷ୍ଟ କର ହୋଇପଡିଛି । ତେଣୁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନିଆଯାଇଥିବା କର୍ମଚାରୀମାନେ କହିଛନ୍ତି ।

ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟେଲି ବ୍ୟବସ୍ଥାରେ ସମସ୍ୟା ଦେଖା ଦେଇଥିବାବେଳେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଏହାର ସମାଧାନ ହୋଇ ପାରୁନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଏହାର ସମାଧାନ ହେଉଛି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details