ଓଡିଶା

odisha

ETV Bharat / state

ପାରିବାରିକ କଳହକୁ କେନ୍ଦ୍ର କରି ସାନଭାଇ ଟାଙ୍ଗିଆ ଚୋଟରେ ବଡଭାଇ ମୃତ

ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଚିନ୍ତାପଲ୍ଲୀ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ସାନଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ଘଟିଛି । ଅଭିଯୁକ୍ତ ସାନଭାଇକୁ ଅଟକ ରଖି ପଚାରଉଚରା କରାଯାଉଥିବା ଏସପି କହିଛନ୍ତି ।

By

Published : Jun 22, 2019, 12:47 AM IST

ଫଟୋ ସୌଜନ୍ୟ: ପ୍ରତିନିଧି,ଗଜପତି

ଗଜପତି: ପାରିବାରିକ କଳହକୁ କେନ୍ଦ୍ର କରି ସାନଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଚିନ୍ତାପଲ୍ଲୀ ଗ୍ରାମରେ । ଶୁକ୍ରବାର ମଧ୍ୟାହ୍ନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତ ସାନଭାଇକୁ ଅଟକରଖି ପଚାରା ଉଚରା କରାଯାଉଥିବା ଏସପି କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଗଜପତି

ଶୁକ୍ରବାର ଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଚିନ୍ତାପଲ୍ଲୀ ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଘରେ ବଡପୁଅ ସୁନ୍ଦର ବେହେରା ଓ ସାନପୁଅ ତାରକେଶ୍ବର ବେହେରା ଘରୋଇ ଗଣ୍ଡୋଗଳକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ମଧ୍ୟାହ୍ନରେ ବାପା ରାମଚନ୍ଦ୍ର ବେହେରାଙ୍କ ଅନୁପସ୍ଥିତିରେ ବଡପୁଅ ସୁନ୍ଦର ବାସଗୃହକୁ ନେଇ ମା ସହ ଝଗଡା କରିଥିଲା । ସୁନ୍ଦର ମାଙ୍କ ଉପରେ ଆକ୍ରମଣ କରି ମାଡ ମାରିଥିଲା ଓ ଘର ବାହାରକୁ ଯାଇ ସାନଭାଇ ତାରକେଶ୍ବରଙ୍କ ଉପରେ ଆକ୍ରମଣ କରିଥିଲା । ଏଥିରେ ଉତ୍ୟକ୍ତ ହୋଇ ସାନଭାଇ ତାରକେଶ୍ବର ଟାଙ୍ଗିଆ ଧରି ସାହି ମୁଣ୍ଡରେ ଥିବା ଷ୍ଟାଣ୍ଡପୋଷ୍ଟ ନିକଟରେ ବଡଭାଇ ସୁନ୍ଦରକୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି ।

ପରିବାର ଲୋକଙ୍କ କହିବା କଥା, ମୃତ ସୁନ୍ଦର ମଦ୍ୟପାନ କରି ଗଣ୍ଡଗୋଳ ଆରମ୍ଭ କରିବା ସହ ସାନଭାଇକୁ ମାରିବାକୁ ଯିବାବେଳେ ତାରକେଶ୍ବର ଟାଙ୍ଗିଆକୁ ଛଡାଇ ବଡଭାଇକୁ ମାରିଥିବା କହୁଥିବାବେଳେ ଏସପି କିନ୍ତୁ କହିଛନ୍ତି ଭିନ୍ନ କଥା । ସାନଭାଇ ସମ୍ପତ୍ତି ପାଇଁ ଗଣ୍ଡୋଗଳ କରି ଏଭଳି କାଣ୍ଡ ଭିଆଇଛି । ତେବେ ଅଭିଯୁକ୍ତ ସାନଭାଇକୁ ଅଟକ ରଖି ପଚାରଉଚରା କରାଯାଉଥିବା ଏସପି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details