ଓଡିଶା

odisha

ETV Bharat / state

20ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ - ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ

ଭାରତୀୟ କ୍ଷେତମଜଦୁର ସଂଘର ବିକ୍ଷୋଭ । ଘେରିଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଅଧିକ ପଢ଼ନ୍ତୁ

stop corruption
ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ

By

Published : Feb 2, 2023, 4:03 PM IST

ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ

ପାରଳାଖେମୁଣ୍ଡି : ୨୦ ଦଫା ଦାବି ନେଇ ଭାରତୀୟ କ୍ଷେତ ମଜଦୁର ସଂଘର ବିକ୍ଷୋଭ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ କ୍ଷେତ ମଜଦୁର ସଂଘ । ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳଯାଏଁ ଏହି ଆନ୍ଦୋଳନ ଚାଲିବ । ଏଠାରେ ଦୀର୍ଘଦିନ ହେବ ଦୁର୍ନୀତି ବଢ଼ି ଚାଲିଛି । ଆବାସ ଯୋଜନା ତାଲିକାରେ ଅର୍ନ୍ତଭୁକ୍ତ ହୋଇଯାଇଥିବା ଅଯୋଗ୍ୟ ଲୋକଙ୍କୁ ବାଦ୍ ଦିଆଯାଇ ପ୍ରକୃତ ହିତାଧିକାରୀଙ୍କ ନାମ ତାଲିକା ଭୁକ୍ତ କରିବା, ଗରିବ ଲୋକଙ୍କୁ ବିଭିନ୍ନ ବ୍ୟାଙ୍କରୁ ତୁରନ୍ତ ବ୍ୟାଙ୍କ ଋଣ ଯୋଗାଇ ଦେବା ଭଳି ଦାବି ରହିଛି ।

ଗଜପତି ଜିଲ୍ଲାରେ ଚାଲିଥିବା ଦୁର୍ନୀତିକୁ ରୋକିବା ପାଇଁ ବେଆଇନ କାମରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଜିଲ୍ଲା ମନରେଗାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା, ରାଜ୍ୟରେ ୨ ଶହ ୟୁନିଟ ବିଜୁଳି ମାଗଣାରେ ଯୋଗାଇ ଦେବା, ଆଦିବାସୀମାନଙ୍କୁ ତୁରନ୍ତ ଜଙ୍ଗଲ ଅଧିକାର ଆଇନ ବଳରେ ପଟ୍ଟା ଯୋଗାଇ ଦେବା, ରାଜ୍ୟରେ ମାସିକ ଅତି କମରେ ୩ ହଜାର ଟଙ୍କା ଭତ୍ତା ପ୍ରଦାନ କରିବା, ଆବାସ ଯୋଜନାରେ 5ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା, ବେକାରୀ ସମସ୍ୟାର ସମାଧାନ କରିବା । ତେବେ ଏହି ସବୁ ଦାବି ପୂରଣ ନହେବାରୁ ଆଜି ଭାରତୀୟ କ୍ଷେତ ମଜଦୁର ସଂଘ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

ଏନେଇ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିକେଏମୟୁର ରାଜ୍ୟ ସମ୍ପାଦକ ଜେନା ସୁବାଷ ଚନ୍ଦ୍ର ରାଓଙ୍କ ନେତୃତ୍ବରେ ଶତାଧିକ ଲୋକେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖୁବଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଆଦି ୨୦ ଦଫା ଦାବି ନେଇ ଭାରତୀୟ କ୍ଷେତମଜଦୁର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏନେଇ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିକେଏମୟୁର ରାଜ୍ୟ ସମ୍ପାଦକ ଜେନା ସୁବାଷ ଚନ୍ଦ୍ର ରାଓଙ୍କ ନେତୃତ୍ବରେ ଶତାଧିକ ଲୋକେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖୁବଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏ ସମ୍ପର୍କରେ ରାଜ୍ୟ କ୍ଷେତ ମଜଦୁର ସଂଘ ନେତା ନାରାୟଣ ରେଡ୍ଡୀ କହିଛନ୍ତି "ଦେଶରେ ଗୋଟିଏ ଆଇନ ରହିଛି । ଫରେଷ୍ଟ ରାଇଟ । ଆଦିବାସୀମାନେ ଯେଉଁଠି ଦଖଲର ଅଛନ୍ତି ସେ ଜମିର ପଟ୍ଟା ଦିଆଯାଉ । ସେହିପରି ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକଙ୍କୁ ୨୫୦ ଦିନ ଯାଏଁ କାମ ଦିଆଯାଉ । ଏହାସହ ତାଙ୍କୁ ପାରିଶ୍ରମିକ ୬ଶହ ଟଙ୍କା ଦିଆଯାଉ । କାରଣ ଏଠାରେ ଟଙ୍କା ଯଥେଷ୍ଟ ଅଛି । ଅନ୍ୟପକ୍ଷରେ ଚାଉଳର ବ୍ୟବସ୍ଥା । ଲୋକଙ୍କୁ ୫ କେଜି ଚାଉଳ କାହିଁକି ୧୦ କେଜି ଚାଉଳ ଦିଆଯାଉ । ଏହାସହ ଏଥିରେ ଆବଶ୍ୟକ ରୋଷେଇ ସାମଗ୍ରୀ ଯଥା ତେଲ, ଲୁଣ, ହଳଦୀ, ଆଳୁ, ପିଆଜ ଦିଆଯାଉ । ସେହିପରି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ୫ଶହ ଟଙ୍କା ପରିବର୍ତ୍ତେ ୩ ହଜାର ଟଙ୍କା ବଢ଼ାଯାଉ । ବିକଳାଙ୍ଗ ଭତ୍ତା ମଧ୍ୟ ୫ ହଜାର ଟଙ୍କା ବଢ଼ାଯାଉ ।"

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details