ଓଡିଶା

odisha

ETV Bharat / state

ଗଡ ବଞ୍ଚାଇବାକୁ କଂଗ୍ରେସର ପ୍ରଚେଷ୍ଟା, ବିଜେଡି ବିଜେପି ଟଣାଓଟରା - ପାରଳାଖେମୁଣ୍ଡି ପୌରପରିଷଦ ଦଖଲ ପାଇଁ ବିଜେପିର ପ୍ରୟାସ

ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ସାମ୍ନା କରିଥିବା ବିଜେପି ପୌର ଭୋଟରେ ବିଜୟୀ ହୋଇ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ଗତ ପୌର ଭୋଟ ଭଳି ପାରଳାଖେମୁଣ୍ଡି ପୌରପରିଷଦକୁ ନିଜ କବଜାରେ ରଖି ଗଡ ରକ୍ଷା ପାଇଁ କଂଗ୍ରେସ ଚଳାଇଛି ଜୋରଦାର କସରତ । ଅଧିକ ପଢନ୍ତୁ

ଗଡ ବଞ୍ଚାଇବାକୁ କଂଗ୍ରେସର ପ୍ରଚେଷ୍ଟା, ବିଜେଡି ବିଜେପି ଟଣାଓଟରା
ଗଡ ବଞ୍ଚାଇବାକୁ କଂଗ୍ରେସର ପ୍ରଚେଷ୍ଟା, ବିଜେଡି ବିଜେପି ଟଣାଓଟରା

By

Published : Mar 12, 2022, 8:39 PM IST

ଗଜପତି: ଶତାୟୁ ପୁରାତନ ପାରଳାଖେମୁଣ୍ଡି ପୌରପରିଷଦରେ 16ଟି ୱାର୍ଡ ରହିଥିବା ବେଳେ ମୋଟ ଭୋଟର ସଂଖ୍ୟା ହେଉଛି 34076 । ଏମାନଙ୍କ ମଧ୍ୟରୁ 16584 ଜଣ ପୁରୁଷ ଭୋଟର, 17490 ଜଣ ମହିଳା ଏବଂ 2 ଜଣ କିନର ରହିଛନ୍ତି । ସେହି ଗଡକୁ ଗତ ୨୦୧୩ ମସିହା ପୌର ନିର୍ବାଚନରେ କଂଗ୍ରେସ ନିଜ କବଜାରେ ରଖିଥିଲା । ଏହାର ମୋଟ 16ଟି ୱାର୍ଡ ମଧ୍ୟରୁ କଂଗ୍ରେସ 9 ବିଜୟୀ ହୋଇଥିବା ବେଳେ ବିଜେଡି 6ଟିରେ, ବିଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା । ହେଲେ ଚଳିତ ନିର୍ବାଚନରେ ଏହି ଧାରାକୁ ଭାଙ୍ଗି ବିଜେଡି ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନର ସଫଳତାକୁ ପୁଣିଥରେ ଦୋହରାଇବା ପାଇଁ ଜୋରଦାର ପ୍ରୟାସ କରିଛି । ସେହିପରି ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟର ସାମ୍ନା କରିଥିବା ବିଜେପି ନିଜର ସମ୍ମାନ ରକ୍ଷା ପାଇଁ ପୌର ନିର୍ବାଚନରେ ବଜୟୀ ହେବାକୁ ଆଶା ରଖିଛି ।

ଗଡ ବଞ୍ଚାଇବାକୁ କଂଗ୍ରେସର ପ୍ରଚେଷ୍ଟା, ବିଜେଡି ବିଜେପି ଟଣାଓଟରା

ପାରଳାଖେମୁଣ୍ଡି କଂଗ୍ରେସର ଗଡ ଭାବେ ପରିଚିତ ଥିଲା । ତେଣୁ, ନିଜର ଗଡ ରକ୍ଷା ପାଇଁ କଂଗ୍ରେସ ମଧ୍ୟ ସବୁ ପ୍ରକାର ପ୍ରୟାସ କରିଛି । ହେଲେ ବିଜେଡି ହିଁ ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି କିମ୍ବା କଂଗ୍ରେସ ସମସ୍ତ ୧୬ୱାର୍ଡରେ ୧୬ ଜଣ ପ୍ରାର୍ଥୀ ଦେଇପାରି ନାହାନ୍ତି । ପାରଳାଖେମୁଣ୍ଡି ଅଧ୍ୟକ୍ଷ ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି । ତେଣୁ, ସେହି ବର୍ଗର ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ସବୁଦଳ ବେଶ କସରତ କରିଛନ୍ତି । ଏହି ନିର୍ବାଚନରେ ଲୋକେ ଅଧ୍ୟକ୍ଷ ପାଇଁ ସିଧାସଳଖ ଭୋଟ ଦେବେ । ତେଣୁ, ସବୁ ଦଳ ନିଜନିଜ ଦୃଷ୍ଟିରୁ ବିଚାର କରି ଜଣେ ଜଣେ ଶିକ୍ଷିତା ଅନୁସୂଚିତ ଜାତି ବର୍ଗର ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜୟୀ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ପାଥେୟ କରି ବିଜେଡି ଏହି ନିର୍ବାଚନରେ ସଫଳତା ହାସଲ କରିବାକୁ ଆଶା ବାନ୍ଧିଛି । ଚଳିତ ନିର୍ବାଚନରେ ଅଧ୍ୟକ୍ଷା ପ୍ରାର୍ଥୀ ଏବଂ ସମସ୍ତ ୱାର୍ଡରେ ବିଜେଡି କାଉନ୍ସିଲର ପ୍ରାର୍ଥୀ ବିଜୟୀ ହେବେ ବୋଲି କହିଛି ବିଜେଡି ।

୨୦୧୩ରୁ ୨୦୧୮ ମଧ୍ୟରେ ପାରଳାଖେମୁଣ୍ଡିରେ ବହୁ ଉନ୍ନୟନମୂଳକ କାମ ହୋଇଛି । ନୂତନ ବସଷ୍ଟାଣ୍ଡ ନିର୍ମାଣ ଠାରୁ ଆରମ୍ଭ କରି ବିଜୁ କଲ୍ୟାଣ ମଣ୍ଡପ, ପାଠାଗାରର ପୁନଃଉଦ୍ଧାର ଭଳି ଅନେକ ଉନ୍ନୟନମୂଳକ କାମ ସହ ରାସ୍ତାଘାଟ ନିର୍ମାଣ ଆଦି କରାଯାଇଛି । ତେଣୁ, କାମକୁ ଦେଖି ଲୋକେ ପୁଣିଥରେ କଂଗ୍ରେସକୁ ଭୋଟ ଦେବେ ଏବଂ ପୁଣିଥରେ କଂଗ୍ରେସ ହିଁ ଏହି ଆସନ ଦଖଲ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେହିଭଳି ବିଜେପି ଏହି ନର୍ବାଚନରେ ବିଜୟୀ ହୋଇ ପଞ୍ଚାୟତ ନିର୍ବାଚନର ପ୍ରତିଶୋଧ ନେବାକୁ ଅଣ୍ଟା ଭିଡିଛି । ଅର୍ଥବଳ ଏବଂ ପ୍ରଶାସନିକ କଳକୁ ବ୍ୟବହାର କରି ବିଜେଡି ଗତ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଛି । ତେବେ ସହରି ଭୋଟରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଦଳର ଅଧ୍ୟକ୍ଷା ପ୍ରାର୍ଥୀଙ୍କ ସମେତ ଅଧିକାଂଶ ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details