ପାରଳାଖେମୁଣ୍ଡି: ମାହାଙ୍ଗା ଡବଲ ମର୍ଡରରେ ରାଜ୍ୟବ୍ୟାପି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ମଙ୍ଗଳବାର ରାଜ୍ୟର ସମସ୍ତ ଥାନାକୁ ବିଜେପି ପକ୍ଷରୁ ଘେରାଉ କରାଯାଇଛି । ଏହି ପ୍ରରିପେକ୍ଷୀରେ ଗଜପତି ବିଜେପି ପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଘେରାଉ କରାଯାଇଛି ।
ମାହାଙ୍ଗାରେ ଦୁଇଜଣ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ଅପରାଧୀକୁ ଗିରଫ ଦାବି ସହ ସୋମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ପାରଳାଖେମୁଣ୍ଡି ଥାନା ଘେରାଉ କରିଛି ଗଜପତି ବଜେପି । ଏହା ସହ ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ନେଇ ତାଙ୍କୁ ବହିଷ୍କାର ଦାବି କରିବା ସହିତ ମନ୍ତ୍ରୀଙ୍କ କୁଶପୁତ୍ତଳିକାରେ ଦାହ କରିଥିଲା ।