ଓଡିଶା

odisha

ETV Bharat / state

ବିଜେପି ନେତାଙ୍କ ଗିରଫ ପ୍ରତିବାଦରେ ବିକ୍ଷୋଭ - ଗଜପତିରେ ବିଜେପିର ବିକ୍ଷୋଭ

ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିଭିନ୍ନ ନାରାବାଜିରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ବିଜେପିର ରାଜ୍ୟସ୍ତରୀୟ ନେତା ଭୃଗୁ ବକ୍ସିପାତ୍ର ଯୋଗ ଦେଇ ଏସ୍‌ପି ସାରା ଶର୍ମା ଆନ୍ଦୋଳନସ୍ଥଳକୁ ଆସି ଆଲୋଚନା କରିବାକୁ ଜିଦ୍‌ ଧରି ବସିଥିଲେ । ଅଧିକ ପଢନ୍ତୁ...

bjp protest in gajapati, gajapati latest political news, bjp leader arrested in gajapati, ଗଜପତିରେ ବିଜେପି ନେତା ଗିରଫ ପ୍ରସଙ୍ଗ, ଗଜପତିରେ ବିଜେପିର ବିକ୍ଷୋଭ, ଗଜପତି ଲାଟେଷ୍ଟ ରାଜନୀତି ନ୍ୟୁଜ୍‌
ବିଜେପି ନେତାଙ୍କ ଗିରଫ ପ୍ରତିବାଦରେ ଗଜପତିରେ ବିଜେପିର ବିକ୍ଷୋଭ

By

Published : Dec 5, 2019, 7:40 PM IST

ଗଜପତି: କିଛି ଦିନ ତଳେ ଗୁମ୍ମା ବ୍ଲକରେ ସରକାରୀ ଯୋଜନାରେ ବିଜୁ ଯୁବ ବାହିନୀ କିଟ୍‌ ବଣ୍ଟନ ବେଳେ କିଛି ବିଜେଡି କର୍ମୀମାନେ ହସ୍ତକ୍ଷେପ କରି ନିଜ ଦଳୀୟ କର୍ମୀମାନଙ୍କୁ ବେଆଇନ ଭାବେ କିଟ୍‌ ବାଣ୍ଟିଥିଲେ । ଏହାର ପ୍ରତିବାଦ କରିବାରୁ ବିଜେପି ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ବିଷୋୟୀଙ୍କୁ ଗିରଫ କରାଯାଇଥିଲା । ଘଟଣାକୁ ନିନ୍ଦା କରିବା ସହ କୃଷ୍ଣ ଚନ୍ଦ୍ରଙ୍କ ଗିରଫ ପ୍ରତିବାଦରେ ଗୁରୁବାର ବିଧାୟକ କେ ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଜିଲ୍ଲା ବିଜେପି ।

ବିଜେପି ନେତାଙ୍କ ଗିରଫ ପ୍ରତିବାଦରେ ଗଜପତିରେ ବିଜେପିର ବିକ୍ଷୋଭ

ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିଭିନ୍ନ ନାରାବାଜିରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ବିଜେପିର ରାଜ୍ୟସ୍ତରୀୟ ନେତା ଭୃଗୁ ବକ୍ସିପାତ୍ର ଯୋଗଦେଇ ଏସ୍‌ପି ସାରା ଶର୍ମା ଆନ୍ଦୋଳନସ୍ଥଳକୁ ଆସି ଆଲୋଚନା କରିବାକୁ ଜିଦ୍‌ ଧରି ବସିଥିଲେ । ଦୀର୍ଘ ସମୟ ଧରି ଆନ୍ଦୋଳନ ଜାରି ରହିବା ପରେ ଏସ୍‌ପି ସାରା ଶର୍ମା ବିକ୍ଷୋଭସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ।

ଏହାପରେ ବିଜେପି କର୍ମୀମାନେ ଆନ୍ଦୋଳନରୁ ଓହରିବା ସହ ଏସ୍‌ପି ସାରା ଶର୍ମା ଘଟଣାର ନିରପେକ୍ଷ ତଦନ୍ତ ପ୍ରତିଶୃତି ଦେଇଥିବା ପ୍ରକାଶ କରିଛନ୍ତି ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର । ସେପଟେ ଏସ୍‌ପି କହିଛନ୍ତି କି ଘଟଣାରେ ଯଦି କୌଣସି ପାଲଟା ଅଭିଯୋଗ ଆସେ ତେବେ ଘଟଣାକୁ ବିଚାରକୁ ନେଇ ଉଚିତ୍‌ ପଦକ୍ଷେପ ନିଆଯିବ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details