ଓଡିଶା

odisha

ETV Bharat / state

ଓଡିଆଙ୍କୁ ସମ୍ମାନଜନକ ସ୍ଥାନ ଦେଇଛି କେନ୍ଦ୍ର: ଭୃଗୁ ବକ୍ସିପାତ୍ର - ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ ଓଡିଆ ଲୋକଙ୍କୁ ସମ୍ମାନଜନକ ସ୍ଥାନ ଦେବାରେ କେନ୍ଦ୍ର ସରକାର ସବୁବେଳେ ତତ୍ପର । ଅଧିକ ପଢନ୍ତୁ.....

BJP leader Bhrigu Bakshipatra's press meet
ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

By

Published : Jun 5, 2020, 3:12 PM IST

ଗଜପତି:ଓଡିଶାର ପ୍ରତ୍ୟକ ସମସ୍ୟାରେ କେନ୍ଦ୍ର ସରକାର ସବୁବେଳେ ଛିଡା ହୋଇ ଜଣେ ସହଯୋଗୀର ଦାୟିତ୍ବ ନିର୍ବାହ କରିଆସିଛନ୍ତି । ଗତ 2014 ମସିହାରୁ କେନ୍ଦ୍ରରେ ମୋଦିଙ୍କ ନେତୃତ୍ବରେ ସରକାର ଗଠନ ହେବା ପରଠାରୁ ଓଡିଶାର ଦାବି ଠାରୁ ଅଧିକ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ସେହିପରି ରେଳବାଇର ବିକାଶ ପାଇଁ ମଧ୍ୟ ଅଧିକ ଟଙ୍କା ପ୍ରଦାନ କରିଆସୁଛନ୍ତି ମୋଦି ସରକାର। ଯାହାକୁ ଓଡିଆଙ୍କ ପାଇଁ ଉପଯୁକ୍ତ ଭାବେ ଖର୍ଚ୍ଚ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି କହିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର । ଆଗରୁ ସବୁବେଳେ ଓଡିଶାର ଦାବି ଠାରୁ ବହୁ କମ ଟଙ୍କା ଦେଉଥିଲା କେନ୍ଦ୍ର । ଯାହାକୁ ନେଇ ଓଡିଶା ସରକାର କେନ୍ଦ୍ରର ଅବହେଳା ପ୍ରସଙ୍ଗ ଉଠାଇ ଆନ୍ଦୋଳନ କରୁଥିଲେ ।

ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

କିନ୍ତୁ ତାହା ଏବେ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଛି । କେବଳ ସେତିକି ନୁହେଁ ଫନି, ଅମ୍ଫାନ ଭଳି ପ୍ରାକୃତିକ ବିପର୍ଯ୍ୟୟର 2ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନିଜେ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ସହାୟତା ଘୋଷଣା କରିଛନ୍ତି । ତେଣୁ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ କେନ୍ଦ୍ରର ଦରଦ କେତେ ରହିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି । ସେହିଭଳି ଓଡିଆ ଲୋକଙ୍କୁ ସମ୍ମାନଜନକ ସ୍ଥାନ ଦେବାରେ ମଧ୍ୟ କେନ୍ଦ୍ର ସରକାର ସବୁବେଳେ ତତ୍ପର ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ମଧ୍ୟ ଉପସ୍ଥିତ ଥିଲେ ।

ଗଜପତିରୁ ହରିହର ପଟ୍ଟନାୟକଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details