ଓଡିଶା

odisha

ETV Bharat / state

ଆନ୍ଧ୍ରର ଅନୁପ୍ରବେଶ: ସୀମାରେ ସ୍ଥିତି ପରଖିଲା, ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ସୀମାରେ ଅନୁପ୍ରବେଶ କରି ଅଯାଚିତ ସହାଯ୍ୟ କରି ସୀମାନ୍ତବର୍ତ୍ତି ଅଞ୍ଚଳ ଲୋକଙ୍କ ମନ କିଣିବା ଆନ୍ଧ୍ରର ପୁରୁଣା ଅଭ୍ୟାସ । ଏହା ପୂର୍ବରୁ ଅନେକ ଥର ଏହି ଅଞ୍ଚଳରେ ଏଭଳି କରିଛି ଆନ୍ଧ୍ର ସରକାର । ଲୋକଙ୍କୁ ଭୋଟର କାର୍ଡ ଠାରୁ ଆରମ୍ଭ କରି ରାସନ କାର୍ଡ, ମାଗଣା ବିଜୁଳି ଆଦି ଯୋଗାଇଛି । ଯାହାକୁ ଗଜପତି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

By

Published : Feb 12, 2021, 9:39 PM IST

ସୀମାନ୍ତ ଓଡିଶାକୁ ନେଇ ସରକାଙ୍କୁ ଘେରିଲା ରାଜ୍ୟ ବିଜେପି
ସୀମାନ୍ତ ଓଡିଶାକୁ ନେଇ ସରକାଙ୍କୁ ଘେରିଲା ରାଜ୍ୟ ବିଜେପି

ଗଜପତି :ସୀମାରେ ଅନୁପ୍ରବେଶ କରି ଅଯାଚିତ ସହାଯ୍ୟ କରି ସୀମାନ୍ତବର୍ତ୍ତି ଅଞ୍ଚଳ ଲୋକଙ୍କ ମନ କିଣିବା ଆନ୍ଧ୍ରର ପୁରୁଣା ଅଭ୍ୟାସ । ଏହା ପୂର୍ବରୁ ଅନେକ ଥର ଏହି ଅଞ୍ଚଳରେ ଏଭଳି କରିଛି ଆନ୍ଧ୍ର ସରକାର । ଲୋକଙ୍କୁ ଭୋଟର କାର୍ଡ ଠାରୁ ଆରମ୍ଭ କରି ରାସନ କାର୍ଡ, ମାଗଣା ବିଜୁଳି ଆଦି ଯୋଗାଇଛି । ଯାହାକୁ ଗଜପତି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

ସୀମାନ୍ତ ଓଡିଶାକୁ ନେଇ ସରକାଙ୍କୁ ଘେରିଲା ରାଜ୍ୟ ବିଜେପି
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତ ଓ ପଡୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମଧ୍ୟରେ ସବୁବେଳେ ସୀମା ବିବାଦ ଲାଗି ରହିଛି । ଏବେ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନରେ ଗଙ୍ଗାବାଡ ପଞ୍ଚାୟତର ଛଅ ଗୋଟି ଗାଁକୁ ସାମିଲ କରିଛି । ସେହି ଗାଁ ଗୁଡିକ ହେଲା ମାଣିକପାଟଣା, ମଧିଆଖୋଲ, ଗୁଡ଼ିଖୁଡ଼ି, ଆଖଡ଼ା, ବୁଋଷୀଙ୍ଗି, ଅମାରୀଙ୍ଗି, ଏପରି କି ଏହି ଗାଁରେ ଭୋଟ କାର୍ଡ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ନିଜ ଆଡକୁ ଟାଣି ନେବାକୁ ପ୍ରୟାସ କରିଛି ଆନ୍ଧ୍ର । ଏହି ସବୁ ଗାଁ ଲୋକେ ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ ବିଜୁଳି ପାଇଁ ପ୍ରାୟ ଆନ୍ଧ୍ର ଉପରେ ନିର୍ଭରଶୀଳ ।

ତେବେ ଆଜି ବିବାଦୀୟ ମାଣିକପାଟଣା ଅଞ୍ଚଳରେ ବିଜେପି ପ୍ରତିନିଧି ଦଳ ଗ୍ରସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲେ ।‌ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ତ୍ବରେ ଗସ୍ତ କରିଥିଲା ଏହି ପ୍ରତିନିଧି ଦଳ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ନେତା ଭୃଗୁ ବକ୍ସିପାତ୍ର ଏବଂ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପ୍ରମୁଖ ସାମିଲ ହୋଇଥିଲେ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବଡ ପଞ୍ଚାୟତର ମାଣିକପାଟଣା, ଗୁଡିଖୁଡି, ମାଧିଆଖୋଲ, ବୁରୁଷିଙ୍ଗି, ଅମରିଙ୍ଗି ଏବଂ ଆଖଡ଼ା ଆଦି ୬ଟି ଗାଁରେ ଆନ୍ଧ୍ର ନିର୍ବାଚନ କରିବା ପାଇଁ ଷଡ଼ଯନ୍ତ୍ର କରିଛି । ବିଜେପି ପ୍ରତିନିଧି ଦଳ ଗାଁରେ ପହଞ୍ଚିବା ସମୟରେ ଆନ୍ଧ୍ର ପ୍ରଶାସନର କିଛି ଅଧିକାରୀ ମାଣିକ ପାଟଣା ଗାଁରେ ଉପସ୍ଥିତ ଥିଲେ । ସେମାନଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରି ଯୁଗ୍ମ ସର୍ଭେ ମ୍ୟାପ ମାଗିଥିଲେ । ଏହି ମ୍ୟାପକୁ ଓଡ଼ିଶାର ଅଧିକାରୀ ଦେଖାଇଥିବା ବେଳେ ଆନ୍ଧ୍ର ପ୍ରଦେଶର ଅଧିକାରୀ ଏହାକୁ ନଦେଖାଇପାରି ପଛଘୁଞ୍ଚା ଦେଇ ଘଟଣା ସ୍ଥଳରୁ ଫେରିଯାଇଥିଲେ ।

ସୀମାନ୍ତ ବର୍ତ୍ତି ଅଞ୍ଚଳରେ ପ୍ରଶାସନର ଅବହେଳା ଯୋଗୁଁ ଆନ୍ଧ୍ର ତାର ଦାଦାଗିରି ଜାରି ରଖିଥିବା ବେଳେ ଆସନ୍ତା କାଲି ଆନ୍ଧ୍ରର ନିର୍ବାଚନ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବା ସହ ପ୍ରଶାସନର ନିଷ୍ପତି କେତେ ଦୂର ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details