ଓଡିଶା

odisha

ETV Bharat / state

ସରକାରଙ୍କ କୋଭିଡ ନିୟମ ଭାଙ୍ଗିଲେ ଶାସକ ଦଳର ସାଂସଦ ଓ କର୍ମୀ - Corona Restriction

ବିଧାୟକଙ୍କ ପରେ କୋଭିଡ ନିୟମ ଭାଙ୍ଗିଲେ ବ୍ରହ୍ମପୁର ସାଂସଦ । ରାଜ୍ୟରେ କୋଭିଡ ନିୟମ ବଳବତ୍ତର ରହିଥିବା ସତ୍ତ୍ବେ ନିୟୟ ଭାଙ୍ଗି ଜୋନ ସ୍ତରୀୟ ବୈଠକ ଓ ମିଶ୍ରଣ ପର୍ବ ପାଳନ କଲେ ସାଂସଦ । ଅଧିକ ପଢନ୍ତୁ...

ସରକାରଙ୍କ କୋଭିଡ ନିୟମ ଭାଙ୍ଗିଲେ ଶାସକ ଦଳର ସାଂସଦ ଓ କର୍ମୀ
ସରକାରଙ୍କ କୋଭିଡ ନିୟମ ଭାଙ୍ଗିଲେ ଶାସକ ଦଳର ସାଂସଦ ଓ କର୍ମୀ

By

Published : Jul 31, 2021, 8:03 PM IST

ଗଜପତି: ସରକାରଙ୍କ କୋଭିଡ ନିୟମକୁ ଖୋଲାଖୋଲି ଉଲଙ୍ଘନ କରିଛନ୍ତି ଖୋଦ ଶାସକ ଦଳର ସାଂସଦ ଓ କର୍ମୀ । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗାରାବନ୍ଧ ଠାରେ । ବିଜେଡି ଜୋନ ସ୍ତରୀୟ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ଆଉ ଏଥିରେ ଶହ ଶହ ସଖ୍ୟାରେ ଲୋକମାନେ ଏକତ୍ରିତ ହୋଇ କୌଣସି କଟକଣା ମାନି ନଥିଲେ । ଯାହାକୁ ନେଇ ଏବେ ସ୍ଥାନୀୟ ବିଧାୟକ ଓ ବିରୋଧୀ କଂଗ୍ରେସ ନେତା ପ୍ରଶ୍ନ ଉଠାଇଛନ୍ତି । ତେବେ କୋଭିଡ ନିୟମକୁ ସଠିକ ଭାବେ ପାଳନ ହୋଇଥିବା ନେଇ କହିଛନ୍ତି ସାଂସଦ ।

ସରକାରଙ୍କ କୋଭିଡ ନିୟମ ଭାଙ୍ଗିଲେ ଶାସକ ଦଳର ସାଂସଦ ଓ କର୍ମୀ

ବର୍ତ୍ତମାନ ସୁଦ୍ଧା ସରକାର କୋଭିଡ କଟକଣା ମୁକ୍ତ କରିନାହାନ୍ତି ସତ କିନ୍ତୁ ରାଜନୈତିକ ସଭା କିମ୍ଵା ଶୋଭାଯାତ୍ରାକୁ ଦେଇନାହାନ୍ତି ଅନୁମତି । ଏନେଇ ଆଜି(ଶନିବାର) ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଠାରେ ଏକ ଜୋନ ସ୍ତରୀୟ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସହ ଜିଲ୍ଲାର ବହୁ ବିଜେଡି ନେତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସଭା ପୂର୍ବରୁ ଏକ ବିରାଟ ବାଇକ୍ ରାଲିରେ ଆସିଥିବା ଶହ ଶହ କର୍ମୀଙ୍କ ପାଇଁ ମଧ୍ୟ ଭୋଜି ଭାତର ଆୟୋଜନ ହୋଇଥିଲା ।

ତେବେ ଖୋଦ ଶାସକ ଦଳର ଜଣେ ସାଂସଦଙ୍କ ସମେତ ଦଳୀୟ କର୍ମୀ ଓ ସରକାରୀ ନେତା ନିୟମକୁ ଉଲଂଘନ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ । ସାଧାରଣ ଲୋକେ ନିୟମ ଭାଙ୍ଗିଲେ ହଜାର ହଜାର ଟଙ୍କା ଜୋରିମାନା କାଟୁଥିବାବେଳେ ପ୍ରଶାସନ କିପରି ଏହାକୁ ନେଇ ନୀରବ ରହିଛି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ସେହିପରି ବାଇକ ରାଲି ଗାରାବନ୍ଧ ପୋଲିସ ଥାନା ସମ୍ମୁଖ ରାସ୍ତା ଦେଇ ଯିବା ସତ୍ତ୍ବେ ପୋଲିସ ସବୁ ଜାଣି ନିରବ ଦ୍ରଷ୍ଟା ସାଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ଏନେଇ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଥାନାରେ ଅଭିଯୋଗ କରିବା ନେଇ ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details