ଗଜପତି: ଗୁମ୍ମା ବ୍ଲକରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁ୍ଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ନେତୃତ୍ବରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।
ପ୍ରଥମେ ପଦଯାତ୍ରାଟି ମୁନସିଂ ଠାରୁ ଆରମ୍ଭ ହୋଇ ଆଶ୍ରୟଗଡ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ବିଜେଡିର ଶହଶହ କର୍ମୀ ସାମିଲ ହୋଇଥିଲେ । ଏହାପରେ ଦଳ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ କଂଗ୍ରେସ କର୍ମୀ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ ।