ଗଜପତି: ମୋଟର ସାଇକେଲ କାଗଜପତ୍ର ଯାଞ୍ଚ ବେଳେ ଗଜପତି ପୋଲିସକୁ ସଫଳତା । 24 ଟି ଚୋରା ମୋଟର ସାଇକେଲ ଜବତ ସହ 7 ଜଣଙ୍କୁ ଗିରଫ କରିଛି ଗଜପତି ପୋଲିସ । ଖଜୁରୀପଦା ଫାଣ୍ଡି ଘଟଣାର ଯାଞ୍ଚ କରିବା ସମୟରେ ବିଭିନ୍ନ ଜିଲ୍ଲାରୁ ଏହି ଚୋରା ମୋଟର ସାଇକେଲକୁ ଜବତ କରିଥିବା ଜଣାପଡ଼ିଛି ।
ଗଜପତିରେ 24 ଚୋରା ମୋଟର ସାଇକେଲ ଜବତ, 7 ଗିରଫ - ଗଜପତି ପୋଲିସକୁ ସଫଳତା
ଗଜପତି ପୋଲିସକୁ ସଫଳତା । ବିଭିନ୍ନ ଜିଲ୍ଲାରୁ ୨୪ ଗୋଟି ଚୋରା ମୋଟର ସାଇକେଲ ଜବତ ସହ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ
ଗଜପତିରେ 24ଗୋଟି ଚୋରା ମୋଟର ସାଇକଲ ଜବତ, 7 ଗିରଫ
ଗଜପତିରେ 24ଗୋଟି ଚୋରା ମୋଟର ସାଇକଲ ଜବତ, 7 ଗିରଫ
ଖଜୁରୀପଦା ଫାଣ୍ଡି ପକ୍ଷରୁ ଗତକାଲି(ଗୁରୁବାର) ବିଭିନ୍ନ ଗାଡ଼ିର କାଗଜ ପତ୍ର ଯାଞ୍ଚ ବେଳେ ଗୋଟିଏ ଗାଡ଼ିକୁ ଧରି ଅନୁସନ୍ଧାନ କରିବା ବେଳେ ଗଜପତି ଜିଲ୍ଲା ସମେତ ପଡ଼ୋଶୀ ଗଞ୍ଜାମ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାରୁ 24 ଗୋଟି ଚୋରା ମୋଟର ସାଇକେଲ ଜବତ ହୋଇଥିଲା । ଏହି ମାମଲାରେ ପୋଲିସ 7 ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚାଲୁ ରହିଥିବା କହିଛନ୍ତି ଗଜପତି ଏସପି ଜୟରାମ ଶତପଥୀ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ