ଓଡିଶା

odisha

ETV Bharat / state

ମହେନ୍ଦ୍ର ତନୟା ପ୍ରକଳ୍ପ ପରିଦର୍ଶନ କଲେ ବ୍ରହ୍ମପୁର ସାଂସଦ

ଗଜପତି  ଗସ୍ତରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ନିଜ ଗସ୍ତରେ ସେ ମହେନ୍ଦ୍ରତନୟା ନଦୀର ଉପର ମୁଣ୍ଡରେ ପ୍ରସ୍ଥାବିତ ଡମ୍ବାପୁର ଠାରେ ନିର୍ମିତ ମହେନ୍ଦ୍ର ତନୟା ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ:

By

Published : Jan 23, 2020, 10:55 PM IST

Updated : Jan 23, 2020, 11:40 PM IST

MP VISIT mahendra tanaya project
ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଗଜପତି ଗସ୍ତରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ନିଜ ଗସ୍ତରେ ସେ ମହେନ୍ଦ୍ରତନୟା ନଦୀର ଉପର ମୁଣ୍ଡରେ ପ୍ରସ୍ଥାବିତ ଡମ୍ବାପୁର ଠାରେ ନିର୍ମିତ ମହେନ୍ଦ୍ର ତନୟା ପ୍ରକଳ୍ପ ପରିଦର୍ଶନ କରିଛନ୍ତି । 2009 ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପ ଏବେ ସୁଦ୍ଧା ଅସପୂର୍ଣ୍ଣ ଅବସ୍ଥାରେ ପଡି ରହିଛି । ତେବେ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ ସହ ଏହା କିଭଳି କାର୍ଯ୍ୟକ୍ଷମ ହେବ ସେନେଇ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ସାଂସଦ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

କିଛି ବୈଷୟିକ ସମସ୍ୟା ଯୋଗୁଁ ପ୍ରକଳ୍ପର କେନାଲ କାର୍ଯ୍ୟ ଆରମ୍ଭ ହୋଇପାରୁନଥିଲା । ବର୍ତ୍ତମାନ ପ୍ରସ୍ତାବିତ ପ୍ରକଳ୍ପ ବାକି ରହିଥିବାବେଳେ ବିଭିନ୍ନ କେନାଲ କାମର ସର୍ଭେ ସରିଯାଇଛି । ଯଥାଶୀଘ୍ର ସମସ୍ତ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଯଥାଶ୍ରୀଘ୍ର ସଂପୁର୍ଣ୍ଣ ହେବେ ବୋଲି ସାଂସଦ ଚନ୍ଦ୍ର ଶେଖର ସାହୁ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jan 23, 2020, 11:40 PM IST

ABOUT THE AUTHOR

...view details