ଗଜପତି:କଥା ରଖିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଗତ ଫେବୃଆରୀ 28 ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଅବସବରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁରାତନ ଛାତ୍ରୀମାନେ ସ୍କୁଲର ବିଭିନ୍ନ ସମସ୍ୟା ସଂପର୍କରେ ତାଙ୍କ ସହ ଆଲୋକପାତ କରିଥିଲେ । ସେସବୁର ସମାଧାନ ପାଇଁ ସରକାରୀ ସ୍ତରରେ ପ୍ରୟାସ କରିବେ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ସ୍କୁଲର ପିଲାମାନଙ୍କ ବସି ପାଇଁ ଆବଶ୍ୟକତା ଥିବା ଚେୟାର ଓ ଟେବୁଲ ନିଜ ପକ୍ଷରୁ ଶୀଘ୍ର ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:CM Visits Ganjam: ଗଞ୍ଜାମକୁ ୨୦୦୦ କୋଟିର ପ୍ରକଳ୍ପ ଭେଟି, ୨୦ ହଜାରଙ୍କୁ ଜମି ପଟ୍ଟା ଆବଣ୍ଟନ
ଏହାର ମାସେ ନପୁରୁଣୁ ସାଂସଦ ଚନ୍ଦ୍ରଶେଖର ସାହୁ ସ୍କୁଲର 3ଶହ ପିଲାଙ୍କ ପାଇଁ ଚେୟାର ଓ ଟେବୁଲ ପଠାଇଛନ୍ତି । ବର୍ତ୍ତମାନ ସ୍କୁଲର ପିଲାମାନେ ଏହାକୁ ବ୍ୟବହାର କରିଛନ୍ତି । ସେହି ଚେୟାର ଓ ଟେବୁଲରେ ବସି ପାଠ ପଢୁଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟଟି ଶତାୟୁ ପୁରାତନ ହୋଇଥିବା ବେଳେ ଏହାର ଚେୟାର ଓ ଟେବୁଲ ଭାଙ୍ଗିରୁଜି ଯାଇଥିଲା । ଫଳରେ ପିଲାମାନେ ସେଥିରେ ବସିନପାରି ତଳେ ବସିବାକୁ ବାଧ୍ୟ ହେଉଥିଲେ । ସାଂସଦଙ୍କ ଏଭଳି କାର୍ଯ୍ୟକୁ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।