ଗଜପତି: ପାରଳାଖେମୁଣ୍ଡି ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ନକଲି ସୁନା ଦେଇ ଋଣ ହଡପ କରିଛନ୍ତି ଖୋଦ ବ୍ୟାଙ୍କ ଦ୍ବାରା ନିୟୋଜିତ ବଣିଆ । ଏହି ଶାଖାରେ ବଣିଆ ଭାବେ ନିୟୋଜିତ ଥିବା କେ.ଗୋପୀ 2016 ରେ 460 ଗ୍ରାମ ନକଲି ସୁନା ବନ୍ଧକ ରଖି 4ଟି ଆକାଉଣ୍ଟ ମାଧ୍ୟମରେରେ 11 ଲକ୍ଷ ଟଙ୍କା ଋଣ ନେଇଥିଲେ । ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଋଣର ମୂଲ୍ୟ 23 ଲକ୍ଷରେ ପହଞ୍ଚିଥିବା ବେଳେ କେ ଗୋପୀ 11 ଲକ୍ଷ ସୁଝି ଦେଇଥିଲେ । ବର୍ତ୍ତମାନ ସୁଦ୍ଧା 11 ଲକ୍ଷ ଟଙ୍କା ବାକି ଥିଲା ।
ନକଲି ସୁନା ଦେଇ ଋଣ ହଡପ କଲେ ବ୍ୟାଙ୍କରେ ନିୟୋଜିତ ବଣିଆ, ତଦନ୍ତ ଆରମ୍ଭ - ଗଜପତି ଖବର
ନକଲି ସୁନା ଦେଇ ଋଣ ହଡପ କରିଛନ୍ତି ବ୍ୟାଙ୍କ ଦ୍ବାରା ନିୟୋଜିତ ବଣିଆ । ଘଟଣାର ତଦନ୍ତ ଆରମ୍ଭ କଲା ପୋଲିସ । ବ୍ୟାଙ୍କ କର୍ମଚାରୀଙ୍କୁ ସମ୍ପୃକ୍ତି ନେଇ ଆରମ୍ଭ ହେଲା ଖୋଳତାଡ । ଅଧିକ ପଢନ୍ତୁ...
ନକଲି ସୁନା ଦେଇ ଋଣ ହଡପ କଲେ ବ୍ୟାଙ୍କ ଦ୍ବାରା ନିୟୋଜିତ ବଣିଆ, ତଦନ୍ତ ଆରମ୍ଭ
ନକଲି ସୁନା ଦେଇ ଋଣ ହଡପ କଲେ ବ୍ୟାଙ୍କ ଦ୍ବାରା ନିୟୋଜିତ ବଣିଆ, ତଦନ୍ତ ଆରମ୍ଭ
ତେବେ ଗୁରୁବାର ପାରଳାଖେମୁଣ୍ଡି ବିସିସି ବ୍ୟାଙ୍କ ମ୍ୟାନେଜର ଥାନାରେ ଅଭିଯୋଗ କରିଥିଲେ ଯେ, କେ.ଗୋପୀ ବନ୍ଧକ ଦେଇଥିବା ସୁନା ସବୁ ନକଲି । ଶୁକ୍ରବାର ପାରଳାଖେମୁଣ୍ଡି ଥାନା ଅଧିକାରୀ ବିସିସି ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ କେ.ଗୋପୀଙ୍କୁ ଅଟକ ରଖିଛନ୍ତି । ସେପଟେ ଋଣ ହଡପ ଘଟଣାରେ କିଛି ବ୍ୟାଙ୍କ କର୍ମଚାରୀ ସାମିଲ ଥିବା ନେଇ ଅଭିଯୋଗ ହୋଇଛି । ଏନେଇ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମୁଖ୍ୟ ଶାଖାର ଅଧିକାରୀ ମାନେ ଆସି ବ୍ୟାଙ୍କ ଲକର ଯାଞ୍ଚ କରିବା ସହିତ ତଦନ୍ତ ଜାରି ରଖିବା କହିଛନ୍ତି ସମବାୟ ବ୍ୟାଙ୍କର ଏଆରସିଏସ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ