ଓଡିଶା

odisha

ETV Bharat / state

କୌଳିକ ବୃତ୍ତିରେ କୋରୋନା କାଳ, କମିଛି ଚାହିଦା ବଢୁଛି ଦୁଃଖ

କୋରୋନା ଯୋଗୁଁ କୁଟୀର ଶିଳ୍ପ ଉପରେ ନିର୍ଭର କରୁଥିବା ଲୋକେ ବ୍ୟବସାୟ ପାଇଁ ବାଟ ଫିଟିନାହିଁ । ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗଜପତି ଜିଲ୍ଲାର ରାୟଗଡ ବ୍ଳକର କଇଁପୁର ଅଞ୍ଚଳର ବେତ କାରିଗର । ଅଧିକ ପଢନ୍ତୁ...

By

Published : Jan 19, 2021, 6:36 PM IST

Updated : Jan 19, 2021, 6:51 PM IST

ବାଉଁଶ କାରିଗରଙ୍କୁ କୋରୋନା କାଳ
ବାଉଁଶ କାରିଗରଙ୍କୁ କୋରୋନା କାଳ

ଗଜପତି: ଦୀର୍ଘ ଦିନର କୋରୋନା କଟକଣା ପରେ ଏବେ ଏହା ଧିରେଧିରେ ହଟୁଛି । କିନ୍ତୁ ଏବେ ବି କୁଟୀର ଶିଳ୍ପ ଉପରେ ନିର୍ଭର କରୁଥିବା ଲୋକେ ବ୍ୟବସାୟ ପାଇଁ ବାଟ ଫିଟିନାହିଁ । ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗଜପତି ଜିଲ୍ଲାର ରାୟଗଡ ବ୍ଳକର କଇଁପୁର ଅଞ୍ଚଳର ବେତ କାରିଗର । କଞ୍ଚାମାଲ ମିଳୁନଥିବା ବେଳେ ତିଆରି କରିଥିବା ଜିନିଷ ମଧ୍ୟ ବିକ୍ରି ହୋଇପାରୁନାହିଁ । ଦୀର୍ଘଦିନ ହେବ ଏଭଳି ସ୍ଥିତି ଲାଗି ରହିଥିବାରୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିବା ସେମାନେ କହିଛନ୍ତି ।

କୌଳିକ ବୃତ୍ତିରେ କୋରୋନା କାଳ

କୋରୋନା ମାଡରେ ସମସ୍ତଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ବାଉଁଶ କାରିଗର ଏବଂ ବେତ କାରିଗର ଭଳି କିଛି ପରିବାର ଯେଉଁମାନେ ନିଜର କୌଳିକ ବୃତିକୁ ଆଧାର କରି ନିଜର ଜୀବିକା ନିର୍ବାହ କରୁଛନ୍ତି, ସେମାନେ ବର୍ତମାନ ଚିନ୍ତାରେ । ଗଜପତି ଜିଲ୍ଲା ରାୟଗଡ ବ୍ଳକର କଇଁପୁର ଗାଁ ଏବଂ ଏହାର ଆଖପାଖ ଅଞ୍ଚଳରେ କିଛି ପରିବାର ନିଜର କୌଳିକ ବୃତି ଭାବେ ବେତ କାରିଗରୀକୁ ଭରଷା କରି ଜୀବିକା ନିର୍ବାହ କରୁଛନ୍ତି ।

ସେମାନେ ବେତରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଗ୍ରାମାଞ୍ଚଳରେ ହେଉଥିବା ବିଭିନ୍ନ ସାପ୍ତାହିକ ହାଟ କିମ୍ବା ମେଳା ମହୋତ୍ସବରେ ଏହାକୁ ବିକ୍ରି କରିଥାନ୍ତି । ଏଥିରୁ ସେମାନେ ପାଉଥିବା ଲାଭରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ । କୋରୋନା କଟକଣା ଯୋଗୁଁ ଦୀର୍ଘଦିନ ଯାଏଁ ଲୋକେ ଘରୁ ବାହାରକୁ ବାହାରିବା ସମ୍ଭବ ନଥିଲା ।

ବର୍ତମାନ ସ୍ଥିତିରେ ପରିବର୍ତନ ହୋଇଥିଲେ ମଧ୍ୟ ଲୋକଙ୍କ ଆର୍ଥିକ ସ୍ଥିତି ସୁଧୁରି ନାହିଁ । ତେଣୁ ଯାହା ଜିନିଷ ତିଆରି କରି ରଖାଯାଇଛି, ତାହା ବି ବିକ୍ରି ହୋଇପାରୁନାହିଁ। ତେଣୁ ସମସ୍ତ କାରୀଗର ଏକ ପ୍ରକାର ହାତବାନ୍ଧି ବସିଛନ୍ତି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସହାୟତା କରିବାକୁ ସେମାନେ ଦାବି କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ

Last Updated : Jan 19, 2021, 6:51 PM IST

ABOUT THE AUTHOR

...view details