ଗଜପତି:ଜିଲ୍ଲାର ପାରଳାଖେମୁଣ୍ଡି ତହସିଲ ଅଧିନସ୍ଥ ଉପଲଡାଠାରେ e-Pauti(ଇ-ପାଉତି) ଆପ୍ ସଂପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲୋକମାନେ ଅଫଲାଇନରେ ଅଧିକ ଟଙ୍କା ଦେଇ ପାଉତି କାଟୁଥିବାରୁ କମ ଖର୍ଚ୍ଚ ପାଇଁ ଅନଲାଇନ ମାଧ୍ୟମରେ ପାଉତି କାଟିବା ପାଇଁ ଏହି ଆପ୍କୁ ଆରମ୍ଭ କରାଯାଇଛି ।
ଲୋକେ ନିଜର ଜମିଜମା ସଂପର୍କିତ ପାଉଣା ପ୍ରଦାନ ପାଇଁ ବର୍ତ୍ତମାନ ଜନସେବା କେନ୍ଦ୍ର ଉପରେ ନିର୍ଭରଶୀଳ ହେଉଛନ୍ତି । ଏଠାରେ ସେମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ସେମାନଙ୍କ ସୁବିଧା ପାଇଁ ଏହି ଆପ୍ ପ୍ରସ୍ତୁତ କରାଯାଇଛି । ଏହା ମାଧ୍ୟମରେ ଲୋକେ ଘରେ ବସି ପାଉଣା ପ୍ରଦାନ କରିପାରିବେ ବୋଲି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି । ଯଦିଓ ସରକାର 2019 ମସିହା ଅଗଷ୍ଟ ମାସରୁ ଆରମ୍ଭ କରିଥିବା ବେଳେ ଲୋକମାନେ ଏହାର ବ୍ୟବହାର ସଠିକ ଭାବରେ ଜାଣି ପାରୁନଥିଲେ ।