ଗଜପତି:ରାୟଗଡ ବ୍ଲକ ଅନ୍ତର୍ଗତ ସୀମାନ୍ତ ମାଣିକପାଟଣା ଗାଁରେ ଆନ୍ଧ୍ରର ଦାଦାଗିରି ପରେ ଓଡ଼ିଶା ସରକାରଙ୍କ ନୀରବତାକୁ ନେଇ ବର୍ଷିଛି ବିଜେପି । ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୀମା ବିବାଦକୁ ନେଇ ରାଜ୍ୟ ସରକାର ଓ ଗଜପତି ଜିଲ୍ଲା ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ।
ଏ ବିଷୟ ନେଇ ବିଜେପିର ଏକ ପ୍ରତନିଧି ଦଳ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ଵରେ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ତାପରେ ଗଙ୍ଗାବାଡର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀଙ୍କ ସହ ବର୍ତ୍ତମାନ ସ୍ଥିତି ନେଇ ଅଧିକ ଆଲୋଚନା କରିଥିଲେ । ପରେ ଜିଲ୍ଲା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଥିଲେ ଭୃଗୁ ।