ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟକୁ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଲ୍ ଓଡିଶା ଅଙ୍ଗନବାଡି ମହିଳା କର୍ମୀ ସଂଘ । ମଙ୍ଗଳବାର ସ୍ଥାନୀୟ ରାଜନହରରେ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଏକତ୍ରିତ ହେବା ପରେ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସରକାରୀ ବିରୋଧୀ ନାରା ଦେଇ ସହର ପରିକ୍ରମା କିରଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ବିଭିନ୍ନ ଦାବି ନେଇ ଗତ ନଭେମ୍ବର 21 ତାରିଖରୁ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ତଥାପି ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଦିନକୁ ଦିନ ଆନ୍ଦୋଳନକୁ ଆହୁରି ତୀବ୍ର କରିବାରେ ଲାଗିଛନ୍ତି ଅଙ୍ଗନବାଡି କର୍ମୀ । ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ମିନି ଅଙ୍ଗନବାଡି ଉଚ୍ଛେଦ କରାଯାଇ ସେମାନଙ୍କୁ ମୁଖ୍ୟକର୍ମୀର ମାନ୍ୟତା ପାଇଁ ଦାବି ହୋଇଛି । ଦରମା ବୃଦ୍ଧି, ରନ୍ଧା ଖାଦ୍ୟ ପାଇଁ ଅନୁଦାନ ମୁଲ୍ୟ ବୃଦ୍ଧି, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଆଦି 8 ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।