ଓଡିଶା

odisha

ETV Bharat / state

ACF ସୌମ୍ୟ ମୃତ୍ୟୁ ମାମଲା: ଦୁଇ ଡାକ୍ତରଙ୍କ ସମେତ ତହସିଲଦାରଙ୍କୁ ମାରାଥନ ଜେରା - ଡାକ୍ତରଙ୍କୁ ଜେରା

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ସୌମ୍ୟଙ୍କୁ ଚିକିତ୍ସା କରିଥିବା ଦୁଇ ଡାକ୍ତରଙ୍କ ସମେତ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାରଳାଖେମୁଣ୍ଡି ତହସିଲଦାରଙ୍କୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ACF ସୌମ୍ୟରଞ୍ଜନ ମୃତ୍ୟୁ: ଦୁଇ ଡାକ୍ତରଙ୍କ ସମେତ ତହସିଲଦାରଙ୍କୁ ପଚରାଉଚରା
ACF ସୌମ୍ୟରଞ୍ଜନ ମୃତ୍ୟୁ: ଦୁଇ ଡାକ୍ତରଙ୍କ ସମେତ ତହସିଲଦାରଙ୍କୁ ପଚରାଉଚରା

By

Published : Aug 18, 2021, 10:00 PM IST

ଗଜପତି:ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଘଟଣାରେ ଦୁଇ ଡାକ୍ତରଙ୍କୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ । ସମ୍ପୃକ୍ତ ଡାକ୍ତର ହେଉଛନ୍ତି ଡା. ଅଭିଳାଷ ପଣ୍ଡା ଏବଂ କିଶୋର ଚନ୍ଦ୍ର ବେହେରା । ଏହି ଦୁଇ ଜଣ ଡାକ୍ତର ସୌମ୍ୟଙ୍କ ଚିକିତ୍ସା କରିଥିଲେ । କ୍ରାଇମବ୍ରାଞ୍ଚ ବୁଧବାର ପ୍ରଥମାର୍ଦ୍ଧରେ ଉଭୟ ଡାକ୍ତରଙ୍କୁ ପଚରାଉଚରା କରିବା ପରେ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କୁ ମଧ୍ୟ ପଚରାଉଚୁରା କରିଛି ।

ACF ସୌମ୍ୟରଞ୍ଜନ ମୃତ୍ୟୁ: ଦୁଇ ଡାକ୍ତରଙ୍କ ସମେତ ତହସିଲଦାରଙ୍କୁ ପଚରାଉଚରା

କ୍ରାଇମବ୍ରାଞ୍ଚର ଏହି ପଚରାଉଚରା ପରେ ଅନେକ ତଥ୍ୟ ମିଳିଛି । ସୌମ୍ୟରଞ୍ଜନ ଡାକ୍ତରଖାନାକୁ ଆସିବା ବେଳେ ଅଚେତ ଥିଲେ ଏବଂ ସାଲାଇନ ଦେବା ପରେ ତାଙ୍କ ଚେତା ଫେରିଥିଲା । ତାଙ୍କ ଅବସ୍ଥା ସ୍ଥିର କରିବା ପାଇଁ ସମୟ ଲାଗିଥିବାରୁ ସ୍ଥାନାନ୍ତରରେ ବିଳମ୍ବ ହୋଇଥିବା ତଦନ୍ତ ବେଳେ ଡାକ୍ତର ପ୍ରକାଶ କରିଛନ୍ତି । ସେପଟେ ତଦନ୍ତରେ ସୁଫଳ ମିଳୁଛି ଏବଂ ଅତିଶୀଘ୍ର ଘଟଣା ପଛର ସତ୍ୟ ସାମ୍ନାକୁ ଆସବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ।

ଉଲ୍ଲେଖଯୋଗ୍ୟ, ସୌମ୍ୟରଞ୍ଜନଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କରିବାରେ ପାରଳାଖେମୁଣ୍ଡି ପୋଲିସର ବିଫଳତା ପରେ ଏବେ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details